1 ହେ ଦିନା ଜିହୁଦା ଦେସ୍ତ ଇ କେର୍କଣ୍ କେର୍ୟାନାତ୍; "ମାଦାଂ ର ଡାଟ୍ ଗାଡ଼୍ ଗାଡ଼୍ ମାନାତ୍; ହେୱାନ୍ ମୁକ୍ଡ଼ାନାକାଦିଂ ହେବେନି ଡାଣ୍ଡ୍କାତି ଆରି ଅହାର୍ ବାନ୍ଦ୍ କିନାନ୍ । 2 ସତ୍ପାଲିକିନାକାର୍ ଦାର୍ମି କୁଟୁମ୍ ଇନେସ୍କି ହଣାର୍, ଇଦାଂ କାଜିଂ ଏପେଙ୍ଗ୍ ଗାଡ଼୍ନି ଦୁୱାର୍ ସବୁ ମୁକ୍ଡ଼ାୟ୍ କିୟାଟ୍ । 3 ଇନେର୍ତି ମାନ୍ ମି ତାକେ ତିର୍ ମାଚିସ୍, ତାଙ୍ଗେଙ୍ଗ୍ ଏନ୍ ପୁରା ସୁସ୍ତାତାଂ ଇଟ୍ନାଦେର୍; ଇନାକିଦେଂକି ହେୱାନ୍ ନି ତାକେ ଆହ୍ର ଇଟ୍ନାନ୍ । 4 ଏପେଙ୍ଗ୍ ସବୁୱେଡ଼ାଙ୍ଗ୍ ନିତ୍ରେମାପ୍ରୁତି ବାର୍ସି ଇଟାଟ୍; ଇନାକିଦେଂକି ନିତ୍ରେମାପ୍ରୁ ଜିହବାତାକେ ୱିସ୍ୱିଜିବୁନ୍ନି କାଲ୍ ମାନାନ୍ । 5 ଆରେ, ଇମ୍ଣାକାର୍ ଗାର୍ବିୟା ମାଚାର୍ ହେୱାନ୍ ହୁଦାର୍ ଆତାନ୍ନା, ମୁଡ଼୍ ଗାଡ୍ଦ ବାହାକିଜ଼଼ିମାନି ମାନାୟ୍ତିଂ ନସ୍ଟ କିତାନ୍ନା, ହେଦାଂ ଡାଟ୍ କିଜ଼଼ି ବୁଡାୟ୍ କିନାନ୍ ଆରି ଦୁଡ଼଼ିତ ମେହାୟ୍ କିନାନ୍ । 6 ପାନା, ଅର୍କିତ୍ରିଂ ପାନା ଆରି ହିଲ୍ୱାକାରିଂ ପାନାତାରେନ୍ ହେଦାଂ କ୍ଡୁହ୍ନାଦେର୍ । 7 ଦାର୍ମିତି ହାଜ଼଼ି ହୁଦାର୍; ହାତ୍ପା ଜେ ଏନ୍, ଏନ୍ ଦାର୍ମିନିକାର୍ତି ହାଜ଼଼ି ଚଚ୍ଚାୟ୍ନା । 8 ଏ ନିତ୍ରେମାପ୍ରୁ, ଆପେଙ୍ଗ୍ ନି ବିଚାର୍ ହାଜ଼ିତ ନି ଆହାତ ମାନାପା; ନି ତର୍ ଆରି ନି ଏତ୍ ଚିନ୍ କାଜିଂ ମା ପାରାଣ୍ନି ଆହା ମାନାତ୍ । 9 ନାଣାଲିଂ ଆନେଙ୍ଗ୍ ଜାର୍ ପାରାଣ୍ ଲାହାଙ୍ଗ୍ ମିଦାଂ ଆହା କିନାଙ୍ଗା; ଆଁ, ଆନ୍ ଜାର୍ ୱାସ୍କିନି ଜିବୁନ୍ ଲାହାଙ୍ଗ୍ ବେଗି ନିଂ ଡେକ୍ତାନାଙ୍ଗା; ଇନାକିଦେଂକି ପୁର୍ତିତ ନି ସାସନ୍ ସବୁ ହତିସ୍ ଜଗତ୍ନିକାର୍ ଦାର୍ମି ହିକ୍ୟା କିନାର୍ । 10 ବାନ୍ୟା ଲକ୍ କାଜିଂ ଦୟା ହପ୍ଚି କିୟାତିସ୍ ନେ ହେୱାନ୍ ଦାର୍ମି ହିକା ଆଉନ୍; ହୁଦାର୍ନି ଦେସ୍ତ ହେୱାନ୍ ଅନ୍ୟାୟ୍ କିନାନ୍ ଆରି ନିତ୍ରେମାପ୍ରୁତି କେର୍କଣ୍ତିଂ ପାଣ୍ଦିଂ ହୁଡ଼ୁଦେର୍ । 11 ଏ ନିତ୍ରେମାପ୍ରୁ, ନି କେଇ ନିଂତାତ୍ନା, ଆତିସ୍ପା ହେୱାର୍ ହୁଡ଼୍ଦୁର୍, ମାତର୍ ମାନାୟାର୍ ପାକ୍ୟାତ ନି ୱାନାକା ତ୍ରିକାଡ଼୍ ହୁଡ଼୍ଜି ହେୱାର୍ ଲାଜା ଆନାର୍; ଆଁ, ନି ନାଣି ହେୱାରିଂ ଗୁହ୍ନାତ୍ । 12 ଏ ନିତ୍ରେମାପ୍ରୁ, ଏନେଙ୍ଗ୍ ମା କାଜିଂ ସାନ୍ତି ରଚ୍ଚାୟ୍ନା; ଇନାକିଦେଂକି ଏନେଂ ମା ସବୁ କାମାୟ୍ ପୁରା କିତାୟ୍ନା । 13 ଏ ନିତ୍ରେମାପ୍ରୁ, ମା ପର୍ମେସ୍ୱର୍, ନିଂ ପିସ୍ତି ବିନ୍ ମାପ୍ରୁଙ୍ଗ୍ ମା ଜପି ରାଜ୍ କିଜ଼ି ମାଚିକ୍, ମାତର୍ କେବଲ୍ ନିଂ ପିସ୍ତି ଆପେଙ୍ଗ୍ ନି ତର୍ଦାଂ କେର୍ନାପ୍ । 14 ହେୱାର୍ ହାତାର୍ନା, ହେୱାର୍ ଆରେ ଜିଦେଂ ଆଡୁର୍; ହେୱାର୍ ହାତାର୍ନା, ହେୱାର୍ ନିଙ୍ଗୁର୍: ଇଲାକେ ଏନେଂ ଡାଣ୍ଡ୍ ହିଜ଼ି ହେୱାରିଂ ଅସ୍ତାୟ୍ନା ଆରି ହେୱାର୍ତି ଏତ୍ ଡ଼ୁକ୍ତାୟ୍ନା । 15 ଏନେଂ ଇ ଦେସ୍ନି ଲକ୍ତିଂ ବାଡାୟ୍ କିତାୟ୍ନା; ଏ ନିତ୍ରେମାପ୍ରୁ, ଏନେଂ ଦେସ୍ନି ଲକ୍ତିଂ ବାଡାୟ୍ କିନାୟା; ଏନେଂ ଜାଜ୍ମାଲ୍ ଆତାଇନା; ଏନେଙ୍ଗ୍ ଦେସ୍ନି ହାନ୍ଦିସବୁ ବାଡ଼଼ାୟ୍କିତାୟ୍ନା । 16 ଏ ନିତ୍ରେମାପ୍ରୁ, ଆପଦ୍ ସମୁତ ହେୱାର୍ ନିପ ହୁଡ଼ଦାନାନା, ନି ସାସ୍ତି ହେୱାର୍ ଜପି ମାନିହିଂ ହେୱାର୍ ପାର୍ତାନ୍ କିତାର୍ । 17 ଏସ୍ପିସ୍ତି ତାଡ଼ି ଗାଟାନିକାଡ଼୍ଦ ଏକିତିହିଂ ଇନେସ୍କି ନୟା ଆନାତ୍ ଆରି ନନାକାତ ଆଡ଼୍ବାନାତ୍, ହେଲାକେ ଏ ନିତ୍ରେମାପ୍ରୁ, ଆପେଙ୍ଗ୍ ନି ମୁମ୍ଦ ଆଦ୍ନାପା । 18 ଆପେଙ୍ଗ୍ ଏସ୍ପିୟା ଆତାପ୍ନା, ଆପେଙ୍ଗ୍ ନୟାଜ଼଼ି ଦୁକ୍ ଗାଟାନାପା; ଆପେଙ୍ଗ୍ ଦେସ୍ନି ମୁକ୍ଡ଼ାୟ୍ ସାଦନ୍ କିଉପା; କି ଜଗତ୍ତ ମାନାକାର୍ ଜଲମ୍ ଆୱାତାନ୍ନା । 19 ନିତାଂ ହାତାକାର୍ ଜିନାର୍; ନା ମାଡ଼଼ା ସବୁ ନିଙ୍ଗ୍ନାତ୍ । ଏ ହାତିତାଂ ମାନାକାଦେର୍, ଏପେଙ୍ଗ୍ ନିଙ୍ଗ୍ଜି କେରାଟ୍; ଇନାକିଦେଂକି ମି ଅସ୍ କାଚ୍ରାନି ଅସ୍ ଲାକେ ଆରି ବୁଇଁ ହାତାକାରିଂ ନିକ୍ନାତ୍ ।
20 ଏ ନା ଲକୁ, ୱାଡ, ମି ୱାସ୍କିତ ହଣ୍ଜି ମି ଚାରି ବେଣ୍ତାଂ ଦୁୱାର୍ ଦେହା କିୟାଟ୍; କାକ୍ରି ହସି ହାନି ପାତେକ୍ ଅଲପ୍ ନଙ୍ଗଙ୍ଗ୍ ଜାର୍ତିଂ ଡ଼ୁକାଟ୍ । 21 ଇନାକିଦେଂକି ହୁଡ଼ାଟ୍, ନିତ୍ରେମାପ୍ରୁ ପୁର୍ତିତମାନାକାର୍ତି ଅପ୍ରାଦ୍ କାଜିଂ ହେୱାରିଂ ଡାଣ୍ଡ୍ହିନି କାଜିଂ ଜାର୍ ବାହାତାଂ ହସି ୱାନାନା; ପୁର୍ତି ନେ ଜାର୍ ଗାଗାଡ଼୍ନି ନେତେର୍ ହପ୍ନାନ୍ ଆରି ଜାର୍ ହାତାକାରିଂ ଆରେ ଡ଼ୁକୁନ୍ ।"