1 ହିଜକିୟ ରାଜାତି ଆଦିକାର୍ ଚଉଦ ବାର୍ହୁତ ଆସୁର୍ନି ରାଜା ସନ୍ହେରିବ୍ ଜିହୁଦାନି ଡାଣ୍ଡ୍କାତିନି ଗାଡ଼୍ସବୁତିଂ ବିରୁଦ୍ତ ୱାଜ଼଼ି ହେଦାଂ ସବୁ ତା ଆତ୍ତ ଅତାନ୍ । 2 ତାପାଚେ ଆସୁର୍ ରାଜା ରବ୍ସାକିଂ ବେସି ମେଲ୍ୟାର୍ ଲାହାଙ୍ଗ୍ ଲାକିସ୍ତାଂ ଜିରୁସାଲମ୍ ହିଜକିୟ ରାଜା ଲାଗାଂ ପକ୍ତାନ୍ ଆରେ, ହେୱାନ୍ ଦାବା ଜମି ହାଜ଼଼ିତ ଜପିନି ବାନ୍ଦ୍ନି ନାଡ଼୍ ଲାଗାଂ ନିଲ୍ତାନ୍ । 3 ଲାଗିଂ ହିଲ୍କିୟ୍ର୍ ମାଜ଼ି ଇଲିୟାକିମ୍ ତର୍ନି ରାଜାର୍ ଇଲ୍ନି ମୁଣିକା, ସିବନ୍ ଲେକିକିନାକାନ୍ ଆରି ଆସପର ମେହି ଜୟାହ ତର୍ନି ୱିସ୍ତିକାତା ଲେକିକିନାକାନ୍ ହସି ତା ଲାଗାୟ୍ ୱାତାନ୍ । 4 ତାପାଚେ ରବ୍ସାକି ହେୱାରିଂ ଇଚାନ୍, ନଙ୍ଗ୍ ଏପେଙ୍ଗ୍ ହିଜକିୟଙ୍ଗ୍ ଇନାଟ୍, ଗାଜାରାଜା ଆସୁର୍ନି ରାଜା ଇ କାତା ଇନାନ୍, ଏପେଙ୍ଗ୍ ଇ ଇମ୍ଣି ପାର୍ତି କିନାଦେରା, ହେଦାଂ ଇନେସ୍ ବାର୍ତି ପାର୍ତି ? 5 ଆନ୍ ଇଞ୍ଜ୍ନାଙ୍ଗା, ଜୁଜ୍ କିନି କାଜିଂ ମି ଜଜନା ଆରି ବାଡ୍କାସ୍ କେବଲ୍ ପଲ୍ୟା କାତା; ଏପେଙ୍ଗ୍ ଇନେର୍ ଜପି ପାର୍ତି କିଜ଼଼ି ନାଙ୍ଗେଙ୍ଗ୍ କୁର୍ଲିୟା କିଦ୍ନାଦେରା ? 6 ହୁଡ଼ାଟ୍, ଏପେଙ୍ଗ୍ ଇ ଡ୍ରିଙ୍ଗ୍ତାକା ବାଡ୍ଗା ଲାକେ ମିସର୍ ଜପି ଆହ୍ର କିନାଦେରା; ମାତର୍ ଇନେର୍ ତା ଜପି ମେହାନାର୍, ହେୱାର୍ ତା କେଇଦ ହଣ୍ଜି କାଡି କିଜ଼଼ି ତୁହିନାନ୍; ଇମ୍ଣାକାର୍ ମେହାତି ରାଜା ପାର ଜପି ବାର୍ସି ଇଟ୍ନାର୍, ହେୱାର୍ କାଜିଂ ହେୱାନ୍ତ ଇ ବାନି । 7 ମାତର୍ ଜଦି ନାଂ ଏପେଙ୍ଗ୍ ଇଞ୍ଜ୍ନାଦେର୍, "ଆପେଙ୍ଗ୍ ନିତ୍ରେମାପ୍ରୁ ମି ପର୍ମେସ୍ୱର୍ ଜପି ବାର୍ସି କିନାପା; ଲାଗିଂ ହିଜକିୟ ଇନେରିଂ ଜପି ଆରି ଇନେର୍ତି ପୁଜାଗାର୍ଣି ସବୁ କିଜ଼ି ହିତାନ୍ନା, ଆରେ ଜିହୁଦାତିଂ ଆରି ଜିରୁସାଲମ୍ତିଂ ଇଚାଙ୍ଗ୍ନା, ଏପେଙ୍ଗ୍ ଇ ପୁଜାଗାର୍ଣି ମୁମ୍ଦ ପାର୍ମାଣ୍ କିନାଦେର୍, ଇୱାନ୍ ଇନାକା ନିତ୍ରେମାପ୍ରୁ ଇସ୍ୱର୍ ଆକାୟ୍ ? 8 ଇଦାଂକାଜିଂ ଆନ୍ ଗୱାରି କିଦ୍ନାଙ୍ଗା, ନା ମାପ୍ରୁ ଆସୁର୍ ରାଜା ଲାହାଙ୍ଗ୍ ବୁଜାମାଣା କିୟା, ଆନ୍ ନିଙ୍ଗେଙ୍ଗ୍ ଦୁଇ ହାଜାର୍ ଗଡ଼ାଙ୍ଗ୍ ହିଦ୍ନାଂ, ଜଦି ଏନେଙ୍ଗ୍ ଆଡ଼୍ତିସ୍, ଲାଗିଂ ହେୱାରିଂ ଜପି ଦୁମ୍ନି କାଜିଂ ମିପଣ୍ଡାଙ୍ଗ୍ ଲକ୍ ତାଡ । 9 ଲାଗିଂ ଇନେସ୍ ଏନେଙ୍ଗ୍ ନା ମାପ୍ରୁତି ଆଡ଼ିୟାର୍ ବିତ୍ରେ ର ହିରୁ ମୁଡ଼୍ମେଲ୍ୟାଙ୍ଗ୍ ମେହାୟ୍ କିଦେଙ୍ଗ୍ ଆଡ୍ନାୟ୍, ଆରେ ଗଡ଼଼ାଗାଡ଼଼ି ଆରି ଗଡ଼ାଦୁମ୍ନାକାର୍ କାଜିଂ ମିସର୍ ଜପି ପାର୍ତି କିନାଦେର୍ ? 10 ଆନ୍ ଇନାକା ନିତ୍ରେମାପ୍ରୁତି ପିସ୍ତି ଇ ବାହା ବୁଡାୟ୍ କିଦେଂ ୱାତାଙ୍ଗ୍ନା ? ନିତ୍ରେମାପ୍ରୁ ନାଙ୍ଗେଙ୍ଗ୍ ଇନ୍ଞ୍ଚାନ୍, ଇ ଦେସ୍ ବିରୁଦ୍ତ ହାଲ୍ଜି ହେଦାଂ ବୁଡାୟ୍ କିୟା ।" 11 ଇବେତାଂ ଇଲିୟାକିମ୍, ସିବନ୍ ଆରି ଜୟାହ ରାଜା ରବ୍ସାକିଙ୍ଗ୍ ଇଚାର୍, "ଗୱାରି କିଦ୍ନାଙ୍ଗା, ଏନେଙ୍ଗ୍ ଅରାମିୟ ବାସାତ ଜାର୍ ଆଡ଼ିୟାରିଂ ଇନା; ଇନାକିଦେଂକି ଆପେଙ୍ଗ୍ ହେଦାଂ ବୁଜାନାପା; ଆରି; ବୁଡ଼୍ହିର୍ ୱାଜ଼଼ି ମାନାୟାର୍ ମା କିତୁଲ୍ତ ମାଙ୍ଗେଙ୍ଗ୍ ଜିହୁଦି ବାସାତ ଇଞ୍ଜ୍ମେର୍ ।" 12 ମାତର୍ ରବ୍ସାକି ରାଜା ହେୱାରିଂ ଇଚାନ୍, "ନା ମାପ୍ରୁ କି ମି ମାପ୍ରୁଙ୍ଗ୍ ଆରି ମିଙ୍ଗେଙ୍ଗ୍ ଇ ସବୁ କାତା ଇଞ୍ଜିନି କାଜିଂ ନାଙ୍ଗେଙ୍ଗ୍ ପକାତାତାନ୍ନା ? ଇଦାଂ ଜେ ମାନାୟାର୍ ମି ଲାହାଙ୍ଗ୍ ଜାର୍ ଜାର୍ ଗାତ୍ ଚିଞ୍ଜେଙ୍ଗ୍ ଆରି ମୁଣ୍କୁ ଉଣ୍ଡେଙ୍ଗ୍ ଡାଣ୍ଡ୍କାତି ଜପି କୁଚ୍ଚାର୍ନା, ହେୱାର୍ ଲାଗାଂ ଇନାକା ନାଙ୍ଗେଙ୍ଗ୍ ପକ୍ତାୱାତାନ୍ନା ?" 13 ତାପାଚେ ରବ୍ସାକି ନିଲ୍ଚି ଗାଜାକାଟ୍ତାଂ ଜିହୁଦିର୍ ବାସାତାଂ ଇ କାତାତ ଇଚାନ୍, "ଏପେଙ୍ଗ୍ ଗାଜାରାଜା ଆସୁର୍ ରାଜାତି କାତା ୱେନାଟ୍ । 14 ରାଜା ଇ କାତା ଇନ୍ଚାନ୍ନା, ମିଙ୍ଗେଙ୍ଗ୍ ବୁଲାୟ୍କିଦ୍ନି କାଜିଂ ହିଜକିୟ୍ଙ୍ଗ୍ ହିମାଟ୍; ଇନାକିଦେଂକି ହେୱାନ୍ ମିଙ୍ଗେଙ୍ଗ୍ ମୁକ୍ଡ଼ାୟ୍ କିଦ୍ଦେଂ ଆଡ଼୍ଦୁନ୍; 15 କି ନିତ୍ରେମାପ୍ରୁ ନିଜେ ମାଙ୍ଗେଙ୍ଗ୍ ମୁକ୍ଡ଼ାୟ୍ କିଦ୍ନାନ୍ ଆରି ଇ ଗାଡ଼୍ ଆସୁର୍ ରାଜାତି ଆତ୍ତ ହାଲୁତ୍, ଇ କାତା ଇଞ୍ଜି ହିଜକିୟ ମିଙ୍ଗେଙ୍ଗ୍ ନିତ୍ରେମାପ୍ରୁ ତାକେ ପାର୍ତି କିଇ କିଦ୍ମେନ୍ । 16 ହିଜକିୟ କାତା ୱେନ୍ମାଟ୍; ଇନାକିଦେଂକି ଆସୁର୍ନି ରାଜା ଇ କାତା ଇଞ୍ଜିନାନ୍, ଏପେଙ୍ଗ୍ ନା ଲାହାଙ୍ଗ୍ ହାନ୍ଦି କିୟାଟ୍ ଆରି ଆର୍ସିବାଦ୍ ନା ଲାଗାଂ ହସି ୱାଡ ଆରି ୱିଜ଼଼ାଦେର୍ ଜାର୍ ଜାର୍ ଅଙ୍ଗୁର୍ପାଡ଼୍ ଆରି ୱିଜ଼଼ାଦେର୍ ଜାର୍ ଜାର୍ ତଗା ମାର୍ ପାଡ଼୍ ତିନାଟ୍, ଆରି ୱିଜ଼଼ାଦେର୍ ଜାର୍ ଜାର୍ କୁଇନି ଏଜ଼ୁଙ୍ଗ୍ ଉଣାଟ୍; 17 ହାରିହାରା ଆନ୍ ୱାଜ଼଼ି ମିଙ୍ଗେଙ୍ଗ୍ ନିଜ୍ଦେସ୍ତ ଲାକେ ର ଦେସ୍ତିଂ, ଇଚିସ୍, ତାସ୍ ଆରି ଅଙ୍ଗୁର୍ରାସ୍ନି ଦେସ୍, ଆରେ ରୁଟି ଆରି ଅଙ୍ଗୁର୍ କାମାୟ୍କିନି ଦେସ୍ତ ମିଙ୍ଗେଙ୍ଗ୍ ଅସି ହାଞ୍ଜ୍ନାଂ । 18 ନିତ୍ରେମାପ୍ରୁ ମାଙ୍ଗେଙ୍ଗ୍ ମୁକ୍ଡ଼ାୟ୍ କିଦ୍ନାତ୍ ଇଞ୍ଜି ହିଜକିୟ ଇନେସ୍କି ମିଙ୍ଗେଙ୍ଗ୍ ହୁତ୍ରାୟ୍କିଦ୍ନାନ୍, ଇଦାକାଜିଂ ଜାଗ୍ରତ ଆଡ ବାରବିନ୍ ଗସ୍ଟିନିକାର୍ ପେନ୍କୁ ବିତ୍ରେ ଇମ୍ଣି ପେନ୍କୁ ଇନାକା ଅସୁରିୟ ରାଜା କେଇଦ ଜାର୍ ଦେସ୍ ମୁକ୍ଡ଼ାୟ୍ କିତିକ୍ନା ? 19 ହମାତ୍ର୍ ଆରି ଅର୍ପଦର୍ ପେନ୍କୁ ଇମେ ହାଚିକ୍ ? ସପର୍ବୟିମର୍ନି ପେନ୍କୁ ଇମେହାଚିକ୍ ? ଆରି ହେୱାଙ୍ଗ୍ ଇନାକା ମା କେଇଦାଂ ସମରିୟାତିଂ ପର୍ମେସ୍ୱର୍ ମୁକ୍ଡ଼ାୟ୍ କିତିକ୍ନା ? 20 ଇ ସବୁ ଦେସ୍ନି ପେନ୍କାଂ ବିତ୍ରେ ଇମ୍ଣି ପେନ୍କୁ ନା କେଇଦାଂ ମି ଦେସ୍ ମୁକ୍ଡ଼ାୟ୍ କିତିକ୍ନା ଜେ, ନିତ୍ରେମାପ୍ରୁ ନା କେଇଦାଂ ଜିରୁସାଲମ୍ତିଂ ମୁକ୍ଡ଼ାୟ୍ କିନାନ୍ ?" 21 ମାତର୍ ମାନାୟାର୍ ଚିମ୍ରାଜ଼଼ି ମାଚାର୍, ତାଙ୍ଗେଙ୍ଗ୍ ପାଦେକ୍ ପା ଉତର୍ କିୱାତାର୍; ଇନାକିଦେଂକି ତାଙ୍ଗେଙ୍ଗ୍ ଉତର୍ ହିମାଟ୍ ଇଞ୍ଜି ରାଜାତି ବଲ୍ ମାଚାତ୍ । 22 ତାପାଚେ ହିଲ୍କିୟର୍ ମାଜ଼ି ଇଲିୟାକିମ୍ ତର୍ନି ରାଜାଇଞ୍ଜି ମୁଣିକା ଆରି ସିବନ୍ ଲେକିକିନାକାନ୍ ଆରି ଆସପର୍ ମେହି ଜୟାହ ତର୍ନି ୱିସ୍ତିକାତା ଲେକିକିନାକାନ୍ ଜାର୍ ଜାର୍ ହେନ୍ଦ୍ରା କେଚ୍ଚି ହିଜକିୟ ଲାଗାଂ ୱାଜ଼଼ି ରବ୍ସାକିର୍ କାତା ସବୁ ତାଙ୍ଗେଙ୍ଗ୍ ୱେଚ୍ଚାର୍ ।
Publicidade
Isaías 36
ଜିହୁଦା ଜପି ଅସୁର୍ ମାଡିବହାନାକା
Veja também
Publicidade