1 ଆନ୍ ନା ୱାରିନିକାନ୍ ଉଦେସ୍ତ, ହେୱାନ୍ତି ଅଙ୍ଗୁର୍ବାଡ଼୍ ବିସ୍ରେ ନା ୱାରିନିକାନ୍ତି ର କେର୍କଣ୍ କେର୍ନାଙ୍ଗ୍ । ବେସି ଉସାସ୍ ର ମାଡ଼ିତ ନା ୱାରିନିକାନ୍ତି ର ଅଙ୍ଗୁର୍ବାଡ଼୍ ମାଚାତ୍; 2 ଆରେ, ହେୱାନ୍ ହେଦାଂ କାର୍ଚି କାଲ୍କୁସବୁ ହପ୍ତାନ୍ ଆରି ବେସି ହାର୍ଦି ଅଙ୍ଗୁର୍କୁଡ଼଼ି ହେବେ ରୁସ୍ତାନ୍ ଆରି ହେବେନି ମାଦିବାହାତ ର ଉଚା ଇଲ୍ ରଚ୍ଚି ଅଙ୍ଗୁର୍କୁଣ୍ଡ୍ ପା କାର୍ତାନ୍, ଆରେ ଅଙ୍ଗୁର୍ପାଡ଼୍ ଆହ୍ନାତ୍ ଇଞ୍ଜି କାସି ମାଚାନ୍, ମତର୍ ହେବେ ରାନ୍ତି ଅଙ୍ଗୁର୍ ପାଡ଼୍ ଆସ୍ତାତ୍ । 3 ଲାଗିଂ ନଙ୍ଗ୍ ଏ ଜିରୁସାଲମ୍ ନିକାଦେର୍ ଆରି ଜିହୁଦାନି ମାନାୟାର୍, ଆନ୍ ମିଙ୍ଗେଙ୍ଗ୍ ଗୱାରି କିଦ୍ନାଙ୍ଗା, ଏପେଙ୍ଗ୍ ନାଦାଂ ଆରି ନା ଅଙ୍ଗୁର୍ବାଡ଼୍ନି ବିତ୍ରେ ବିଚାର୍ କିୟା । 4 ଆନ୍ ଜାର୍ ଅଙ୍ଗୁର୍ବାଡ଼୍ଦ ଇନାକା କିୱାତାଂନା, ଏଲେଙ୍ଗ୍ ଇମ୍ଣି ବେସି କାମାୟ୍ ହେ କାଜିଂ କିୟାତାତ୍ମା ? ଇଦାଂ କାଜିଂ ଆନ୍ ଅଙ୍ଗୁର୍ପାଡ଼୍ ଆହ୍ନାତ୍ ଇଞ୍ଜି କାତାଙ୍ଗ୍, ହେବେ ରାନ୍ତି ଅଙ୍ଗୁର୍ପାଡ଼୍ ଆସ୍ତାତ୍ ଇନେକିଦେଂ ? 5 ଲାଗିଂ ନଂ ୱେନାଟ୍; ଆନ୍ ଜାର୍ ଅଙ୍ଗୁର୍ବାଡ଼୍ କାଜିଂ ଇନାକା କିନାଙ୍ଗ୍, ହେଦାଂ ମିଙ୍ଗେଙ୍ଗ୍ ୱେଚ୍ଚାନାଙ୍ଗ୍; ଆନ୍ ହେବେନି ବାଡ଼୍ ଉନ୍ଦି ତୁଇନାଙ୍ଗ୍, ହେବେ ହେଦାଂ ଗୁହ୍ନାତ୍; ଆନ୍ ହେବେନି ବାଡ଼ ଡ୍ରିକ୍ନାଙ୍ଗ୍, ହେବେ ହେଦାଂ ପାନାତ ୱିହ୍ୟାନାତ୍; 6 ଆରେ, ଆନ୍ ହେଦାଂ ଉନ୍ଦ୍ନାଙ୍ଗ୍; ତା ଆକିଂ କାତ୍ୟା ଆଉତ୍ ନଲେ ବୁଇଁ କଟ୍ୟା ଆଉତ୍; ମତର୍ ହେଦାଂ ଲେକାଜାମୁ ଆରି ୱାଡ଼ି ମାର୍ଲାକେ ଆନାତ୍; ପା ହେବେ ଜପି ବାର୍ହା କିୱିକାଜିଂ ଆନ୍ ବାଦାଡ଼ତିଂ ବଲ୍ ହିନାଙ୍ଗ୍ । 7 ଇନେକିଦେଂକି ଇସ୍ରାଏଲ୍ ଲାତ୍ରା ମେଲ୍ୟାର୍ ଆଦିକାରି ନିତ୍ରେମାପ୍ରୁତି ଅଙ୍ଗୁର୍ବାଡ଼୍ ଆରି ଜିହୁଦାନି ମାନାୟାର୍ ହେୱାର୍ତି ହାର୍ଦି ପାଡ଼୍; ହେୱାନ୍ ନିୟାୟ୍ କାସିମାଚାନ୍, ମତର୍ ହୁଡ଼ାଟ୍, ବାନ୍ୟାହାଜ଼଼ି; ଦାର୍ମି କାସି ମାଚାର୍, ମତର୍ ହୁଡ଼ାଟ୍, ଆଡ଼୍ବାନାକା ।
8 ଦେସ୍ତ ଇନେସ୍ ଆରେ ବାହା ମାନୁତ୍ ଆରି ଏପେଙ୍ଗ୍ ଇନେସ୍ ହେବେ ପା ରବେ ବାହାକିନାଦେର୍, ଇଦାଂ କାଜିଂ ଇଲ୍କୁକାଂ ଇଲ୍, ବାଡ଼୍ଦିଂ ବାଡ଼୍ ଲାଗାୟ୍କିନାଦେରା ଜେ ଏପେଙ୍ଗ୍, ଏପେଙ୍ଗ୍ କାରୁମ୍ହିଲିମାନାୟ୍ । 9 ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ ନା କିତୁଲ୍ତ ଇନ୍ଚାନ୍, ହାତେନେ ବେସି ଇଲ୍କୁ ନାସ୍ ଆନିକ୍, ପା ଗାଜା ଆରି ହଲ୍ନି ଇଲ୍କୁ ବାହାକିୱିକିଂ ଆନିକ୍ । 10 ଇନେକିଦେଂକି ଦସ୍ ମାଣ୍ ଅଙ୍ଗୁର୍ବାଡ଼୍ଦ ବାଇସି ଲିଟର୍ ଅଙ୍ଗୁର୍ରାସ୍ ଉବ୍ଜା ଆନାତ୍ ଆରି ଦସ୍ ମାଣ୍ ମାଞ୍ଜିତାଂ କେବଲ୍ ଦୁଇ ସ ବାଇସି ମାଣ୍ ତାସ୍ ଉବ୍ଜା ଆନାତ୍ । 11 ଇମ୍ଣାକାର୍ କାଲିଂ ଉଣ୍ଡେଙ୍ଗ୍ ବେସି ନାଣାଙ୍ଗେ ନିଙ୍ଗ୍ନାର୍; ଅଙ୍ଗୁର୍ରାସ୍ତ କେଦ୍ନି ପାତେକ୍ ମ୍ଡିକାଲିଂ ମାଲାୟ୍ କିନାର୍, ହେୱାର୍ ବୟଙ୍କାର୍ନି ମାନାୟ୍ । 12 ହେୱାର୍ ବଜିତ ଡୁଡୁଙ୍ଗା, ଡାପ୍, ତାବ୍ଲା, ହୁରୁଡ଼ି ଆରି ଅଙ୍ଗୁର୍ରାସ୍ ମାନାତ୍; ମତର୍ ହେୱାର୍ ନିତ୍ରେମାପ୍ରୁତି କାମାୟ୍ ଦାହୁର୍ କି ହେୱାନ୍ତି କେଇନି କାମାୟ୍ ହେୱାର୍ ଆଲଚନା କିଉର୍ । 13 ଇଦାଂ କାଜିଂ ମା ଲକୁ ଗିୟାନ୍ ଅବାବ୍ କାଜିଂ ବାନ୍ଦିତ ଅୟାନାର୍; ଆରେ ହେୱାର୍ତି ଗାଜା ମାଜାନ୍ ମାନାୟାର୍ ନାସ୍କି ଆରି ହେୱାର୍ତି ଲକୁ ୱିଜ଼ାର୍ ଏସ୍କିତ ୱାଜ୍ଜି ହାନାର୍ । 14 ଇଦାଂ କାଜିଂ ପାତାଲ୍ ଜାର୍ କେଇ ଲାମାୟ୍ କିଜ଼ି ଆରି ଜାର୍ତି ୱେଇ ଅଲେକାର୍ ଲାକେ ମେଲାକିତାତ୍ନା; ଆରେ, ହେୱାର୍ତି ଜାଜ୍ମାଲ୍, ହେୱାର୍ତି ମାନାୟାର୍ସବୁ ହେୱାର୍ତି କାଲାଗୁଲି ଆରି ହେୱାର୍ ବିତ୍ରେ ନିୟମ୍ନିକାର୍ ମାନାୟାର୍ ହେ ବିତ୍ରେ ଜୁଜ଼ିହାନାର୍ । 15 ଆରେ, ହାରୁ ଲକୁ ଆଦାମୁମ୍ ଆରି ଗାଜା ମାନାୟ୍ ହାନାନ୍, ଆରେ ଆକ୍ରିୟାର୍ତି କାଣ୍କୁ ତାରେନ୍ ଆନାତ୍; 16 ମତର୍ ମେଲ୍ୟାର୍ ଆଦିକାରି ନିତ୍ରେମାପ୍ରୁ ବିଚାର୍ତ ଉନ୍ନତ୍ ଆନାନ୍, ଆରେ, ଦାର୍ମିଲାକେ ପର୍ମେସ୍ୱର୍ ଦାର୍ମିତ ପୁଇପୁୟା ଲାକେ ମାନି ଆନାନ୍ । 17 ହେ ସମୁତ ମେଣ୍ଡାହିମ୍ଣାଂ ଜାର୍ ହାରାୟ୍କିନି ବାହାତ ହାରାନିକ୍, ଆରେ, ବୁଲାନାକାର୍ ମାଜାନ୍ ମାନାୟାରିଂ ନାସ୍ ବାହାତ ବଗି କିନାର୍ । 18 ଇମ୍ଣାକାର୍ ଟକାୟ୍କିନି ପାପ୍ତ ଆରେ ବାଇଲାତିଂ ଗାଚ୍ଚି ଡରି ଅଦର୍ମ ବିସ୍ରେ ଆସ୍ତି ଇଡ୍ଜି ମାନାର୍ ହେୱାର୍ ସାଇପ୍ନିକାର୍ । 19 ହେୱାର୍ ଇନାର୍, "ଆସେଙ୍ଗ୍ ଇନେସ୍ ଦାସ୍ତେଙ୍ଗ୍ ଆଡ୍ନାସ୍, ଇଦାଂ କାଜିଂ ହେୱାନ୍ ବିପ୍ତି କିଦ୍ନାର୍, ହେୱାନ୍ ଜାର୍ତି କାମାୟ୍ ବେଗି କିୟାଟ୍; ଆରେ, ଆସେଙ୍ଗ୍ ଇନେସ୍ ପୁଞ୍ଜେଙ୍ଗ୍ ଆଡ୍ନାସ୍, ଇଦାଂ କାଜିଂ ଇସ୍ରାଏଲ୍ନି ଦାର୍ମି ମାପ୍ରୁତି ଚୁଟ୍କିୟାର୍ ଏକାୱାଜ଼ି ଗିଟା ଆଏତ୍ ।" 20 ଇମ୍ଣାକାର୍ ବାନ୍ୟାତିଂ ହାର୍ ଆରି ହାର୍ତିଂ ବାନ୍ୟା ଇନାର୍; ଇମ୍ଣାକାର୍ ମାଜ୍ଗାତିଂ ଅଜଡ଼୍ ଆରି ଅଜଡ଼୍ତିଂ ମାଜ୍ଗା ଇଞ୍ଜି ମାନେ କିନାର୍; ଇମ୍ଣାକାର୍ କେନାକାତିଂ ହୱାଦ୍ ଆରି ହୱାଦ୍ତିଂ କେନାକା ଇଞ୍ଜି ମାନେ କିନାର୍, ହେୱାର୍ ସାଇପ୍ନି ଲଗୁ । 21 ଇମ୍ଣାକାର୍ ଜାର୍ ଜାର୍ତି କାଣ୍କୁକାଂ ଗିୟାନିର୍ ଆରି ଜାର୍ ଜାର୍ତିଂ ବୁଜାନି ବୁଦିକାରିୟାର୍, ହେୱାର୍ କାରୁମ୍ହିଲ୍ୱାକାର୍ । 22 ଇମ୍ଣାକାର୍ ଅଙ୍ଗୁର୍ରାସ୍ ଉଣ୍ଡେଙ୍ଗ୍ ସାକ୍ତିକାଟାକାନ୍ ଆରି କାଲିଂ ମେହାୟ୍କିଦେଂ ବାପୁ; 23 ଇମ୍ଣାକାର୍ ଲାଞ୍ଜ୍ କାଜିଂ ବାନ୍ୟାରିଂ ଦସ୍ହିଲ୍ୱାକାନ୍ କିନାର୍ ଆରି ଦାର୍ମିରିଂ ଦାର୍ମିନିକା ହେୱାନ୍ତାଂ ଦେହା କିନାର୍ ହେୱାର୍ ସାଇପ୍ ପାୟାଏର୍ । 24 ଇଦାଂ କାଜିଂ ନାଣିନି ୱେନ୍ଦୁଲ୍ ଇନେସ୍ ନାଡ଼ା ୱିହ୍ନାତ୍ ଆରି ୱାଚ୍ଚି କାଚ୍ରା ଇନେସ୍ ନାଣି ଦୁଦ୍ୱାତ ୱିଜ଼୍ନାତ୍, ହେଲାକେ ହେୱାର୍ତି ଦଲ୍ ହାବ୍ଜି ହାନାତ୍ ଆରି ହେୱାର୍ତି ପୁଇ ଦୁଡ଼ି ଲାକେ ଉମ୍ନାତ୍; ଇନେକିଦେଂକି ହେୱାର୍ ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁତି ବିଦି ମାନି କିଉର୍ ଆରି ଇସ୍ରାଏଲ୍ନି ଦାର୍ମିତି ବଚନ୍ ମାନିକିଉରା । 25 ଇଦାଂ କାଜିଂ ନିତ୍ରେମାପ୍ରୁତି ରିସା ତା ମାନାୟାର୍ ବିରୁଦ୍ତ ଚାଲା ଆତାତ୍ନା ଆରି ହେୱାନ୍ ହେୱାର୍ତି ବିରୁଦ୍ତ ଜାର୍ କେଇ ଲାମାୟ୍ କିଜ଼ି ହେୱାରିଂ ଗାଉ କିତାର୍ଣ୍ଣା, ଆରେ, ହାରୁମାଡ଼ିତ କଂପା ଆତାତ୍ ଆରି ମାନାୟାର୍ତି ମାଡ଼ା ହାଡ଼଼ାକ୍ ବିତ୍ରେ କାଚ୍ରାଲାକେ ଆତାତ୍ । ଇ ସବୁ ଆତିସ୍ ନେ ହେୱାନ୍ତି ରିସା ବନ୍ଦ୍ ଆଉତ୍, ମତର୍ ହେୱାନ୍ତି କେଇ ଆଗେ ଲାକେ ମେଙ୍ଗ୍ତାତ୍ନା । 26 ଆରେ, ହେୱାନ୍ ଦେହା ଦେସ୍ନି କୁଟୁମ୍ କାଜିଂ ର ପତ୍କା ନିକ୍ନାର୍ ଆରି ପୁର୍ତିନି ବାଟାତାଂ ହେୱାର୍ କାଜିଂ ପିଅୱାଟ୍ନାର୍, ଆରେ, ହୁଡ଼ାଟ୍, ହେୱାର୍ ଚାଣ୍ଡେକ୍ ହାଲ୍ଜି ବେଗି ୱାନାର୍; 27 ହେୱାର୍ ବିତ୍ରେ ଇନେର୍ ୱାହୁର୍, କି ଅଜ଼ୁର୍, ଇ ଡୁଗୁର୍, କି ହୁଞ୍ଜୁର୍; ଆରେ, ହେୱାର୍ତି ମେଙ୍ଗାଙ୍ଗ୍ ଗାଚ୍ୟାତାକା ପିଟାଆଉତ୍ କି ହେୱାର୍ତି ପାନାତ ଗାଚ୍ଚାକା ନାଡୁତ୍; 28 ହେୱାର୍ତି ଆପ୍କୁ ହୁଇହୁୟାଁ ଆରି ହେୱାର୍ତି ୱିଲ୍ସବୁ ଟେକାୟକିନାକା; ହେୱାର୍ତି ଗଡ଼ାଂତି କୁରା ଅର୍ଙ୍ଗା କାଲ୍ ଲାକେ ଆରି ହେୱାର୍ତି ଗଡ଼଼ାଗାଡ଼଼ିନି ସିଲିଂ ହୁଜ଼ାୱାଣି ଲାକେ; 29 ହେୱାର୍ତି ଗାର୍ଜାନାକା ସିୟଁ ଗାର୍ଜାନି ଲାକେ, ହେୱାର୍ ବେଣ୍ଡ୍ୟା ସିୟଁ ଲାକେ ଗାର୍ଜାନ୍ କିନାର୍; ଆରେ, ହେୱାର୍ ଗାର୍ଜାନ୍ କିଜ଼ି ଆରି ବେଟ୍କିଜ଼ି ଦସ୍ହିଲ୍ୱିତ ହେଦାଂ ଅଜ଼ି ହାନାର୍ ଆରି ଉଦାର୍ କିଦେଂ ଆରେ ଇନେର୍ ମାନୁର୍ । 30 ଆରେ, ହେୱାର୍ ହେ ନାଜିଂ ହାମ୍ନ୍ଦୁର୍ ଗାର୍ଜାନି ଲାକେ ମାନାୟାର୍ ଜପି ଗାର୍ଜାନାର୍; ହେବେ ଜଦି ଇନେର୍ ଦେସ୍ କାଜିଂ ଏରିକିନାର୍, ଲାଗିଂ ହୁଡ଼ାଟ୍, ମାଜ୍ଗା ଆରି କସ୍ଟନିକା, ଆରେ, ହେ ବାହାନି ଅଜଡ଼୍ ବାଦାଡ଼୍ତ ମାଜ୍ଗା ଆନାତ୍ ।