1 ଜିହୁଦା-ରାଜା ଉସିୟତି ନାତି ଜତମ୍ନି ମାଜ଼ି ଆହସ୍ନି ସମୁତ ଅରାମନି ରସିନ୍ ରାଜା ଆରି ରମଲିୟନି ମାଜ଼ି ପେକହ ତର୍ଦ ଇସ୍ରାଏଲ୍ନି ରାଜା ଜିରୁସାଲମ୍ନି ବିରୁଦ୍ତ ଜୁଜ୍ କିନି କାଜିଂ ହେବେ ହାଚାନ୍; ମତର୍ ହେଦାଂ ଆରାଇ କିଦେଂ ଆଡ୍ୱାତାର୍ । 2 ଇଦାଂପାଚେ ଦାଉଦ୍ଲାତ୍ରାତିଂ ପୁନି କିଆ ଆତାତ୍ ଜେ, ଅରାମ୍ ଇପ୍ରୟିମନି ଉପ୍କାର୍ ଆତାନ୍ନା । ଇବେ ତା ନେଞ୍ଜେଡାକି ଆରି ତା ମାନାୟାରିଂ ନେଞ୍ଜେଡାକି ଡ଼ୁଇତ କଂପାତାତ୍ ଆରି ରାନ୍ମାର୍ ଲାକେ କଂପାତାତ୍ । 3 ହେପଦ୍ନା ନିତ୍ରେମାପ୍ରୁ ଜିସାଇୟତିଂ ଇଚାନ୍, "ଏନେଙ୍ଗ୍ ଆରି ମି ମାଜ଼ି ସାର ଜାସୁବ, ହେନ୍ଦ୍ରା ହକ୍ନାକାର ଦବା ବୁଇଁନି ଅହାର୍ ହାଜ଼଼ିନି ଜପି ଆହସ୍ ଲାହାଂ ମେହାଦେଂ ହାଲାଟ୍ । 4 ଆରି ତାଙ୍ଗ୍ ଇନା, ଜାଗ୍ରତ୍ ଆରି ସୁସ୍ତା ଆ; ଇ କଦାଲାଗ୍ଦି ୱେଜ଼୍ଗୁନି ରିଣ୍ଡାଂ ଟିପ୍, ଇଚିସ୍, ରସିନ୍, ଅରାମ୍ନି ଆରି ରମଲିୟନି ମାଜ଼ିନି ବେସି ରିସା କାଜିଂ ପାଣ୍ଡ୍ରା ଆମାଟ୍, ନଲେ ଜାର୍ ଗାଗାଡ଼ତିଂ ନିରାସ୍ ଆଦେଂ ହିମାଟ୍ । 5 ଇନେକିଦେଂକି ଅରାମ୍, ପା ଇପ୍ରୟିମ୍ ଆରି ରମଲିୟନି ମାଜ଼ି ମି ବିରୁଦ୍ତ ବନ୍ୟାଗାଣ୍ଜୁ ଇନାରା, 6 ୱାଡ, ଆସେଙ୍ଗ୍ ଜିହୁଦା ବିରୁଦ୍ତ ହାଲ୍ଜି ତା ଇନ୍ଟିଙ୍ଗ୍ ଆନ୍ଟିଂ କିନାସ୍ ଆରି ମା କାଜିଂ ହେ ବିତ୍ରେ ଡ୍ରିଙ୍ଗ୍ତି ବାହା କିଜ଼ି ର ରାଜାତିଂ, ଇଚିସ୍, ଟାବେଲନି ମାଜ଼ିଂ ରଚ୍ନାସ୍ ।" 7 ମାପ୍ରୁ ନିତ୍ରେମାପ୍ରୁ ଇ କାତା ଇନାନ୍, "ହେଦାଂ ତିର୍ ଆଉତ୍ ନଲେ ପୁରା ଆଉତ୍ ।" 8 ଇନେକିଦେଂକି ଅରାମ୍ନି କାପ୍ଡ଼ା ଦାମାସ୍କସ୍ ଆରି ଦାମାସ୍କସ୍ନି କାପ୍ଡ଼ା ରସିନ୍; ଆରେ, ସାଟେ ପାଞ୍ଚ୍ ବାର୍ହୁ ବିତ୍ରେ ଇପ୍ରୟିମ୍ ଗନ୍ଦା ଗନ୍ଦା ଆଜ଼ି ଏଲେଙ୍ଗ୍ ଡ୍ରିଙ୍ଗ୍ନାତ୍ ଜେ, ହେୱାନ୍ ଆରେ ର କୁଟୁମ୍ ଆଜ଼ି ମାନ୍ଗୁତ୍; 9 ଆରେ, ଇପ୍ରୟିମନି କାପ୍ଡ଼ା ସମରିୟାନି କାପ୍ଡ଼ା ରମଲିୟର ମାଜ଼ି । "ଜଦି ଏପେଙ୍ଗ୍ ପାର୍ତିକିଉଦେର୍, ଲାଗିଂ ତିର୍ ଆଉତ୍, ଇଦାଂ ହାତ୍ପା ।"
10 ଇଦାଂପାଚେ ନିତ୍ରେମାପ୍ରୁ ଆହସ୍ତିଂ ଆରେ ଇଚାନ୍, 11 "ଏନେଙ୍ଗ୍ ନିତ୍ରେମାପ୍ରୁ ଜାର୍ ପର୍ମେସ୍ୱର୍ତିଂ ର ଚିନ୍ ଏନା; ତାରେନ୍ ମାନାୟାତି କି ଜପ୍ଣିମାନାୟ୍ତି ଆଏତ୍, ଏନା ।" 12 ମତର୍ ଆହସ୍ ଇଚାନ୍, "ଆନ୍ ଏନୁଙ୍ଗ୍ କି ନିତ୍ରେମାପ୍ରୁଙ୍ଗ୍ ପରିକ୍ୟା କିଉଙ୍ଗ୍ ।" 13 ଇବେ ହେୱାନ୍ ଇଚାନ୍, "ଏ ଦାଉଦ୍ନି ଲାତ୍ରା, ଏପେଙ୍ଗ୍ ନଂ ୱେନାଟ୍; ମାନାୟ୍ତି ସାସ୍ତିଂ ପରିକ୍ୟାକିନି ମି କାଜିଂ ହାରୁ ବିସ୍ରେ ଇଞ୍ଜି କି ଏପେଙ୍ଗ୍ ନା ପର୍ମେସ୍ୱର୍ତିଂ ସାସ୍ ପା ପରିକ୍ୟା କିନାଦେର୍ ? 14 ଇଦାଂ କାଜିଂ ମାପ୍ରୁ ନିଜେ ର ଚିନ୍ ହିଦ୍ନାତ୍; ହୁଡ଼ାଟ୍, ର ଗାଡ଼୍ଚେ ମାଞ୍ଜେଙ୍ଗ୍ ଆସ୍ତି ର ମାଜ଼ି ଜଲମ୍ କିନାତ୍ ଆରି ତା ତର୍ ଇମାନୁଏଲ୍ ମା ଲାହାଂ ପରମେସ୍ୱର୍ ଇଟ୍ୟାନାଦେର୍ । 15 ବାନ୍ୟାତିଂ ପିହାଟ୍ ଆରି ହାର୍ତିଂ ବାଚି କିନାକା ପୁନି ୱାଡ଼ାଲିଂ ହେୱାନ୍ ଦେଙ୍ଗ୍ ଆରି ପୁକି ତିନାନ୍ । 16 ଇନେକିଦେଂକି କାଡ଼୍ଦେ ବାନ୍ୟାତିଂ ପିହ୍ନାନ୍ ଆରି ହାର୍ଦିଂ ବାଚି କିନିକା ପୁନି ଆଗେ ଇମ୍ଣି ଦେସ୍ନି ରି ରାଜାରିଂ ଏପେଙ୍ଗ୍ ଗିଣ୍କିନାଦେରା, ହେ ଦେସ୍ ପିସ୍ତାକା ଆନାତ୍ । 17 ଇପ୍ରୟିମ୍ ଜିହୁଦାତାଂ ବିନେ ଆତି ନାଜିଂତାଂ ଇନେସ୍ବାନି ସମୁ ଇନାୱାଡ଼ାଂ ଆୱାତାତ୍ନା, ହେ ବାନି ସମୁ ନିତ୍ରେମାପ୍ରୁ ମି କାଜିଂ ଆରି ମି ମାନାୟାର୍ କାଜିଂ ଆରି ମି ଆକର୍ଦାଦିର୍ କାଜିଂ ଗିଟାୟ୍କିନାନ୍; ଇଚିସ୍, ଆସୁର୍ନି ରାଜାଙ୍ଗ୍ ତାନାନ୍ ।" 18 ଆରେ, ହେ ନାଜିଂ ନିତ୍ରେମାପ୍ରୁ ମିସର୍ ଦେସ୍ନି ନାଗୁଡ଼୍ସବୁନି କନାତ ୱିଜ଼ା କାଜିଂ ଆରି ଆସୁର୍ ଦେସ୍ନି ପୁକି ୱିଜ଼ାଙ୍ଗ୍ କାଜିଂ ପିଅୱାଟ୍ନାନ୍ । 19 ହେବେ ହେ ୱିଜ଼ୁ ୱାଜ଼ି ବିଗ୍ଡ଼ାତି ହାମ୍ଦୁର୍ ଲାଗେ ଆରି ମାଡ଼଼ି କାଣା ବାହାତ ଆରି ୱାଡ଼ି ରାନ୍ତ ଆରି ଚାରାନି ବୁଇଁତ କୁଚ୍ନାର୍ । 20 ହେ ନାଜିଂ ମାପ୍ରୁ ପରାତ୍ ନାଗୁଡ଼୍ନି ହେପାଡ଼୍କା ବାଡ଼଼ାହିତି କୁରା ହୁକେ, ଇଚିସ୍ ଆସୁର୍ନି ରାଜା ହୁକେ କାପ୍ଡ଼ା, କାଲ୍ନି ତେମୁଲ୍ ହେନ୍ତାର୍ ଆରି ତା ପାଚେ ଦାଡ଼ି ପା ନସ୍ଟ ଆନାତ୍ । 21 ହେ ନାଜିଂ ଇନେର୍ ର ଅହ୍ରି କଡି ଆରି ରିଣ୍ଡିଂ ମେଣ୍ଡାଂ ହଟିକ୍, 22 ହେୱାର୍ ହିତ୍କା ପାଲ୍ନି ବେସି ୱାରିତାଂ ହେୱାନ୍ ଦେଙ୍ଗ୍ ତିନାନ୍; ଇନେକିଦେଂକି ଦେସ୍ ବିତ୍ରେ ବାକି ୱିଜ଼ାର୍ ମାନାୟ୍ ଦେଙ୍ଗ୍ ଆରି ପୁକି ତିନାନ୍ । 23 ଆରେ, ଇମ୍ଣି ଇମ୍ଣି ହାଜାର୍ ହେ ରୁପା ଡାବୁଙ୍ଗ୍ ମଲ୍ନି ଅଙ୍ଗୁର୍ବାଡ଼୍ ମାଚାତ୍, ହେ ନାଜିଂ ହେୱାନ୍ ୱିଜ଼ୁ ବାହା ଲେକାଜାମୁ ଆରି ୱାଡ଼ି ମାର୍ଲାକେ ଆନାତ୍ । 24 ଆରେ, ସବୁ ଦେସ୍ ଲେକାଜାମୁ ଆରି ୱାଡ଼ି ମାର୍ଲାକେ ଆତିଲେ ମାନାୟାର୍ ଆମ୍ ଆରି ୱିଲ୍ ଅଜ଼ି ହେ ବାହାତ ହାନାର୍ । 25 ଆରେ, ଏଚେକ୍ ସବୁ ମାଡ଼ିଂ କଡ୍ଗିତାଂ କାର୍ୟାଜ଼ି ମାଚାତ୍, ଏପେଙ୍ଗ୍ ଲେକାଜାମୁ ଆରି ୱାଡ଼ି ରାନ୍ ପାଣ୍ଡ୍ରୁତିଂ ହେୱାନ୍ ହେ ବାହାତ ହାଲୁନ୍, ମତର୍ ହେଦାଂ ବଇଲା ହାରାନିବାହା ଆରି ମେଣ୍ଡାନି ପାନା ତାରେନ୍ ତଗ୍ଜିହାନି ବାହା ଆନାତ୍ ।