ଜିସୁ ରକାନ୍ କଲା ମାନାୟ୍ତିଂ ଉଜ୍ କିତାନ୍
1 ପାଚେ ହେୱାନ୍ ଆରେ ରଗ କୁଟୁମ୍ ଇଞ୍ଜ ହାଚାନ୍, ହେବେ ରକାନ୍ ମାଚାନ୍, ହେୱାନ୍ତି ର କେଇ ୱାଜ୍ଜି ମାଚାତ୍ । 2 ଆରେ, ହେୱାନ୍ ତାଙ୍ଗେଙ୍ଗ୍ ଇନେସ୍କି ଜମ୍ନିବାର୍ତ ଉଜ୍ କିନାନ୍, ହେଦାଂ ହୁଡ଼୍ନି କାଜିଂ ଇଞ୍ଜି ହେୱାର୍ ହେୱେନିଂ ହୁଡ଼୍ଜି ମାଚାର୍, ଇନେସ୍ ହେୱାର୍ ହେୱାନ୍ ବିରୁଦ୍ତ ଦାବା କିନାର୍ । 3 ହେବେ ଇନେନ୍ କେଇ ୱାଜ୍ଜି ମାଚାତ୍ ହେୱାନିଂ ଜିସୁ ଇଚାନ୍, "ୱା ମାଦି ନିଲା ।" 4 ପାଚେ, ହେୱାନ୍ ହେୱାରିଂ ଇଚାନ୍, "ଜମ୍ନିବାର୍ତ ଇନାକା କିନାକା ବିଦି ମାନାତ୍ ? ହାର୍, କିନାକା କି ବାନ୍ୟା କିନାକା ? ଜିବୁନ୍ ରାକ୍ୟା କିନାକା କି ନସ୍ଟ କିନାକା ? ମାତର୍ ହେୱାର୍ ଉତର୍ ହିୱାଦାଂ ଚିମ୍ରା ଆଜ଼ି ମାଚାର୍ ।"
5 ହେବେ ହେୱାନ୍ ହେୱାରିଂ ମାନ୍ତ କୁଟ୍ ଲାଗିଂ ଦୁକ୍ ଆଜ଼ି ରିସାତାଂ ଚାର୍ବେଣ୍ତାଂ ହେୱାରିଂ ହୁଡ଼୍ଜି ହେ ମାନାୟ୍ତିଂ ଇଚାନ୍, "କେଇ ଲାମାୟ୍ କିୟା ।" ହେୱାନ୍ କେଇ ଲାମାୟ୍ କିତାନ୍ ଆରି ହେଦାଂ ଆରେ ହାରା ଆତାତ୍ ।