ଜିସୁ ରୱାନ୍ ପୁଦା ଡୁୟାଆତା କାନିଂ ଉଜ୍ କିତାନ୍
1 ପାଚେ ଜିସୁ ଚେଲାହିର୍ ଗାଲିଲି ହାମ୍ଦୁର୍ ଆନ୍ଟି ପାଡ଼ାକା ଗରାସିୟର୍ ମାନି ନାସ୍ତ ଏକାତାର୍ । 2 ଜିସୁ ଡଙ୍ଗାତାଂ ଜୁତି ଦାପ୍ରେ ର ବାନ୍ୟା ଜିବୁନ୍ ଆତାକାନ୍ ଦୁଗେର୍ ତାଙ୍ଗ୍ ହତ୍ତାନ୍ ଆରେ ହେୱାନିଂ ଗିଟା ଆତାନ୍ । 3 ହେୱାନ୍ ଦୁଗେର୍ତ ବାହା କିଜ଼ି ମାଚାନ୍, ହେୱାନିଂ ଆରେ ଇନେର୍ ହିକ୍ଡ଼ିଂ ଗାଚ୍ଚେଙ୍ଗ୍ ଆଡ୍ୱାଦାଂ ମାଚାର୍, 4 ହେୱାନ୍ ବେସିହଟ୍ ହିକ୍ଡ଼ିଂ ଆରେ କାଗଡ଼ା ଗାଚ୍ପିସ୍ ମାଚାର୍, ହେୱାନ୍ ହିକ୍ଡ଼ିଂ ନାଟ୍ଚି ଗନ୍ଦା ଗନ୍ଦା କିଜ଼ି ଡ୍ରିପ୍କିସ୍ ମାଚାନ୍, ଆରେ ହେୱାନିଂ ଇନେର୍ ଗାଚ୍ଚେଙ୍ଗ୍ ସାକ୍ତି ହିଲ୍ୱାତାତ୍ 5 ହେୱାନ୍ ନାଣା ୱେଡ଼ା ସବୁ ୱେଡ଼ାଙ୍ଗ୍ ଦୁଗେର୍ ତାକେ ଆରେ ମାଡ଼ିଜପି ମାନ୍ଞ୍ଜି କିର୍ଡ଼ିପାଡ଼ି କିଜ଼ି ମାଚାନ୍, ପାଚେ କାଲ୍ହୁକେ ଜାର୍ ଗାଗାଡ଼୍ତିଂ ଗାୱାଦାୱ୍ କିଜ଼ି ମାଚାନ୍ ।
6 ହେୱାନ୍ ଜିସୁଙ୍ଗ୍ ଦେହାତାଂ ହୁଡ଼୍ଜି ହନ୍ଚି ୱାଜ଼ି ତାଙ୍ଗେଙ୍ଗ୍ ଜୱାର୍ କିତାନ୍, 7 ଆରେ ଗାଜା କାଟ୍ତାଂ କିକିରାଡିଂ ଆଜ଼ି ଇଚାନ୍, "ଏ ସତ୍ତି ଗାଜା ଇସ୍ୱର୍ ମେହି ଜିସୁ ! ନି ହୁଦାଂ ନାଦି ଇନାକା ମାନାତ୍ ? ନିଙ୍ଗେଙ୍ଗ୍ ଇସ୍ୱର୍ ତର୍ଦାଂ ରାଣ୍ ହିଦ୍ନାଙ୍ଗା, ନାଙ୍ଗେଙ୍ଗ୍ କସ୍ଟ ହିଦ୍ମା !" 8 ଲାଗିଂ ଜିସୁ ହେୱାନିଂ ଇଞ୍ଜେଙ୍ଗ୍ ହାଲ୍ଜି ମାଚାନ୍, "ଆଡ଼େ ବାନ୍ୟା ପୁଦା, ଇ ମାନାୟ୍ ତାକେଣ୍ଡାଂ ହସି ହାଲା !"
9 ଆରେ, ଜିସୁ ହେୱାନିଂ ୱେନ୍ବାତାନ୍, "ନି ତର୍ ଇନା ତର୍ ? ହେୱାନ୍ ତାଙ୍ଗେଙ୍ଗ୍ ଇଚାନ୍, ନା ତର୍ ‘ବାହିନି’ ଲାଗିଂ ଆପେଂ ହେନି !" 10 ପାଚେ, ହେୱାନ୍ ହେଦାଂ କାଜିଂ ହେୱାରିଂ ହେ ବାର୍ତ ଅଲ୍ଗା ନାସ୍ ପକ୍ୱାଦାଂ ମାଚାନ୍, ହେଦାଂ କାଜିଂ ହେୱାନ୍ ତାଙ୍ଗେଙ୍ଗ୍ ବେସି ଗୱାରି କିତାନ୍ ।
11 ହେବେ ମାଡ଼ି କନାତ ପାଞ୍ଜିଙ୍ଗ୍ ର ମାନ୍ଦା ହାରା ଆଜ଼ି ମାଚିକ୍ । 12 ଆରେ, ହେୱାଙ୍ଗ୍ ଜିସୁଙ୍ଗ୍ ଗୱାରି କିଜ଼ି ଇଚିକ୍, "ହେ ପାଞ୍ଜିଙ୍ଗ୍ ବିତ୍ରେ ହଣିକାଜିଙ୍ଗ୍ ମାଙ୍ଗେଙ୍ଗ୍ ତା ତାକେ ପକ୍ତା ।" 13 ହେୱାନ୍ ହେୱାରିଂ ହେଲ ହିତିଲେ, ବାନ୍ୟା ଜିବୁନିଙ୍ଗ୍ ହସି ପାଞ୍ଜିଙ୍ଗ୍ ବିତ୍ରେ ହଟିକ୍; ହେବେ ହେବେଣ୍ଡାଂ ହେ ମାନ୍ଦା ବେସି ତାନ୍ଦ୍ରାତାଙ୍ଗ୍ ହନ୍ଚିହାଲ୍ଜି ହାମ୍ଦୁର୍ ଗୁଟିତାଂ ଆର୍ଜି ମୁନ୍ଞ୍ଜି ହାତିଙ୍ଗ୍ । ୱିଜ଼ୁ ପାଞ୍ଜିଙ୍ଗ୍ ଆନ୍ମାନ୍ତାଂ ରି ହାଜାର୍ ମାଚିକ୍ ।
14 ହେୱାକାଂ ହାରାଇ କିଜ଼ି ମାଚି ମାନାୟ୍ ହଞ୍ଚି ହାଲ୍ଜି ଗାଡ଼୍ଦ ଆରେ ନାସ୍କୁକାଂ ୱେଚ୍ଚାର୍; ହେବେ ଲକୁ ଇନାକା ଗିଟା ଆତାତ୍ନ୍ନା ଇଞ୍ଜି ହୁଡ଼ୁଗା ୱାତାର୍ । 15 ଆରେ, ହେୱାର୍ ଜିସୁ ତାକେ ୱାଜ଼ି ହେ ପୁଦା ଡୁୟାଆତାକାନ୍, ଇଚିସ୍, ଇନେରିଂ ହିଗ୍ଦ ବାହିନି ପୁଦା ଡୁଜ଼ି ମାଚାତ୍, ହେୱାନ୍ ହେନ୍ଦ୍ରା ଉସ୍ପିସ୍ ହାର୍ଦି ମାନ୍ତ କୁଚ୍ଚି ମାନାକା ହୁଡ଼୍ଜି ପାଣ୍ଡ୍ରା ଆତାର୍ । 16 ଆରେ, ଇନେର୍ ହୁଡ଼୍ଜି ମାଚାର୍, ହେୱାର୍ ହେ ପୁଦା ଆହ୍ୟା ଆତାକାନ୍ କାଜିଂ ଇନାକା ଗିଟା ଆଜ଼ି ମାଚାତ୍, ହେଦାଂ ଆରି ପାଞ୍ଜିଙ୍ଗ୍ ବିସ୍ରେ ହେୱାର୍ ତାକେ ହାଲ୍ଜି ବେରଣ୍ ୱେଚ୍ଚେଙ୍ଗ୍ ଲାଗାତାର୍ ।
17 ହେବେଣ୍ଡାଂ ହେୱେର୍ ହେୱାର୍ ହାନ୍ଦିତାଂ ହାଞ୍ଜେଙ୍ଗ୍ ଜିସୁଙ୍ଗ୍ ଗୱାରି କିଦେଙ୍ଗ୍ ଲାଗାତାର୍ ।
18 ପାଚେ ହେୱାନ୍ ଡଙ୍ଗାତ ଦୁମ୍ନି ୱେଡ଼ାଲିଂ, ଇମ୍ଣି ମାନାୟ୍ତିଂ ଆଗେ ପୁଦା ଆସ୍ତି ମାଚାତ୍, "ଜିସୁ ତା ଲାହାଂ ମାନି କାଜିଂ ଚାନେକ୍ ଚାନେକ୍ ଗୱାରି କିତାନ୍ !"
19 ମାତର୍ ଜିସୁ ହେଲ ହିୱାଦାଂ ତାଙ୍ଗେଙ୍ଗ୍ ଇଚାନ୍, "ମି ଇଞ୍ଜ, ମି ୱାସ୍କିନିକାର୍ ତାକେ ହାଲା, ପାଚେ ମାପ୍ରୁ ନି କାଜିଂ ଇନା ଇନାକା କାମାୟ୍ କିତାତ୍ନା ଆରି ନି କାଜିଂ ଇମ୍ଣି ଦୟା ଚଚାତାତ୍ନା, ହେ ସବୁ ହେୱାରିଂ ୱେଚା ।"
20 ତା ପାଚେ ହେୱାନ୍ ହାଲ୍ଜି, ଜିସୁ ହେୱାନ୍ କାଜିଂ ଇମ୍ଣି ଇମ୍ଣି କାମାୟ୍ କିଜ଼ି ମାଚାନ୍, ହେ କାମାୟ୍ ଦେକାପଲି, ଇଚିସ୍ ଦସ୍ଗଟା ଗାଡ଼୍ତ ସୁଣାୟ୍ କିଦେଙ୍ଗ୍ ଲାଗାତାନ୍, ହେବେ ୱିଜ଼ାକାର୍ ୱେନ୍ଞ୍ଜି କାବା ଆତାର୍ ।