25 ହେ ପାଦ୍ନା ବାର ବାର୍ହୁ ପାତେକ୍ ଗାଗାଡ଼୍ ନାଡ୍ୱି ରଗ୍ନି ର କଗ୍ଲେ, 26 ଇନେସ୍କି ବେସି ଡାକ୍ତର୍ ତାଂ ବେସି ଦୁକ୍ପାୟା ଆଜ଼ି ଦାନ୍ ୱିସ୍ତିଲେପା ଅଲପ୍ ପା ହାରା ଆୱାଦାଂ ତାଦେଲ୍ ଆଦିକ୍ ବେମାର୍ ଆଜ଼ି ମାଚାତ୍ । 27 ହେଦେଲ୍ ଜିସୁ ବେରଣ୍ ୱେନ୍ଞ୍ଜି ମାନାୟ୍ ବିତ୍ରେ ପାଚ୍ ବାଗାଙ୍ଗ୍ ୱାଜ଼ି ହେୱାନ୍ ହେନ୍ଦ୍ରାନି ଚେଲିଂ ଡୁତାତ୍, ଇନାକିଦେଂକି ହେଦେଲ୍ ଇଞ୍ଜି ମାଚାତ୍, 28 "ମାତର୍ଜେ ହେ ହେନ୍ଦ୍ରା ଡ଼ୁତାଂଚି ଆନ୍ ଉଜ୍ ଆନାଙ୍ଗ୍ ।"
29 ହେ ଦାପ୍ରେ ତା ନେତେର୍ ହନାକା ଟେବା ଆତାତ୍, ଆରେ ହେଦେଲ୍ ଜେ ରଗ୍ତାଂ ଉଜ୍ ଆତାତ୍ନ୍ନା, ଇଦାଂ ହେଦେଲ୍ ତା ଗାଗାଡ଼୍ତ ପୁଚାତ୍ ।