ଚାରି ହାଜାର୍ ମାନାୟ୍ତିଂ ଚିଚ୍ପାତାନ୍
1 ହେୱାଡ଼ାଂ ହେନି ମାନାୟାର୍ ଆରେ ରଗ ରୁଣ୍ଡାଆତାର୍, ଆରେ ହେୱାର୍ ତାକେ ତିନାକା ଉଣାକା ଇନାକା ହିଲ୍ୱିତିଲେ ଜିସୁ ଚେଲାହିରିଂ ଲାଗେ କୁକ୍ଚି ହେୱାରିଂ ୱେଚ୍ଚାନ୍, 2 "ହେନି ମାନାୟାର୍ କାଜିଂ ନାଙ୍ଗ୍ କାର୍ମା ହତ୍ନାତା, ଇନାକିଦେଂକି ଇୱାର୍ ତିନି ଦିନ୍ ଆତାରେ ନା ହୁଦାଂ ମାନ୍ଞ୍ଜି ୱାନାରା ଆରେ ହେୱାର୍ ତାକେ ଇନାକାପା ତିନାକା ହିଲୁତ୍," 3 ଜଦି ଆନ୍ ହେୱାରିଂ ନାସ୍କିତାଂ ଇଞ୍ଜ ପକ୍ତାଂଚି, ତା ଆତିସ୍ ହାସ୍ଦ ହେୱାର୍ ନାସ୍କି ବାଉଡ଼ା ଆନାର୍; ହେୱାର୍ ବିତ୍ରେ କେତେକ୍ ଦେହାତାଂ ୱାତାର୍ଣ୍ଣା ।
4 ଚେଲାହିର୍ ତାଙ୍ଗ୍ ୱେନ୍ବାତାର୍, "ଇବେ ଇ ଚିମ୍ରା ବାହାତାକେ ଇନେର୍ ଇମେଣ୍ଡାଂ ରୁଟି ତାସି ଇୱାରିଂ ପଟପାଞ୍ଜି କିଦେଙ୍ଗ୍ ଆଡ୍ନାସ୍ ?"
5 "ଜିସୁ ହେୱାରିଂ ୱେନ୍ବାତାନ୍, ମି ତାକେ ଏଚଙ୍ଗ୍ ରୁଟିଂ ମାନିକ୍ ?" ହେୱାର୍ ଇଚାର୍, "ସାତ୍ଗଟା ।"
6 ହେବେତାଂ ଜିସୁ ମାନାୟାରିଂ ମେଦ୍ନିତ କୁଚ୍ଚେଂ ବଲ୍ ହିତାନ୍; ଆରି, ହେୱାନ୍ ହେୱାରିଂ ସାତ୍ଗଟା ରୁଟିଂ ଅଜ଼ି ଇସ୍ୱର୍ତିଂ ଜୁୱାର୍ କିଜ଼ି ହେ ୱିଜ଼ୁ ଡ୍ରିପ୍କିସ୍ ବାଟାକିଜ଼ି ହିଦେଙ୍ଗ୍ ଇଞ୍ଜି ହେ ଚେଲାହିରିଂ ହିତାନ୍ ଆରେ ହେୱାର୍ ମାନାୟାରିଂ ହେଦାଂ ପାସ୍ପିସ୍ ହିତାର୍ । 7 ପାଚେ, ହେୱାର୍ ତାକେ ଅଲପ୍ ପାରାନେ କେତ୍ ଗଟା ହିରୁ ମିନ୍କୁ ମାଚିକ୍; ହେୱାଙ୍ଗ୍ ୱିଜ଼ୁ ହେୱାନ୍ ଇସ୍ୱର୍ତିଂ ଦନ୍ୟବାଦ୍ କିଜ଼ି ହେୱାରିଂ ବାଟା କିଦେଙ୍ଗ୍ ଇଞ୍ଜି ଇଚାନ୍ । 8 ହେବେ ହେୱାର୍ ତିନ୍ଞ୍ଜି ପଟ ପାନ୍ଚାର୍ ଆରେ ସାତ୍ ଟପା ହାର୍ତି ଡ୍ରିକ୍ତି ରୁଟିଂ ନିିକ୍ଚି ଅତାର୍ । 9 ହେୱାର୍ ଆନ୍ମାନ୍ ତାଙ୍ଗ୍ ଚାରି ହାଜାର୍ ଲକୁ ମାଚାର୍ ।