ଜିସୁତି ତେହି ଆରି ଟଣ୍ଡାହିର୍
46 ଜିସୁ ମାନାୟାର୍ ଲାହାଙ୍ଗ୍ କାତା ଆନିୱେଡ଼ାଂ, ତାଞ୍ଜି ଆୟା ଆରି ଟଣ୍ଡାହିର୍ ବାର୍ତ ନିଲ୍ଚି ତା ଲାହାଙ୍ଗ୍ ବେଣ୍ କିଦେଙ୍ଗ୍ ଇଚା କିଜ଼ି ମାଚାର୍ । 47 ହେବେ ରକାନ୍ ତାଙ୍ଗେଙ୍ଗ୍ ଇଚାନ୍, "ହୁଡ଼ା, ମିଞ୍ଜି ଆୟା ଆରି ଟଣ୍ଡାର୍ ବାର୍ତ ନିଲ୍ଚି ନି ଲାହାଙ୍ଗ୍ ବେଣ୍ କିଦେଙ୍ଗ୍ ମାନ୍ କିନାରା ।"୧୨:୪୭ କେତେକ୍ ପତିତ ୪୭ ପଦ୍ ହିଲୁତ୍
48 ମାତର୍ ଜେ ତାଙ୍ଗେଙ୍ଗ୍ ଇ କାତା ଇଚାନ୍, ତାଙ୍ଗେଙ୍ଗ୍ ଜିସୁ ଉତର୍ ହିତାନ୍, "ମାଞ୍ଜି ଆୟା ଇନ୍ଦେଲ୍ ? ଆରେ, ନା ଟଣ୍ଡାର୍ ଇନେର୍ ?" 49 ଆରେ, ଜିସୁ ତା ଚେଲାହିର୍ ନିପ କେଇ ଚଚ୍ଚି ଇଚାନ୍, "ହୁଡ଼ା, ମାଞ୍ଜି ଆୟା ଆରି ମାଞ୍ଜି ଟଣ୍ଡାର୍, 50 ଇନେର୍କି ସାର୍ଗେନି ଆବାତି ଇଚା କିନାନ୍, ହେୱାନ୍ ନା ଟଣ୍ଡାର୍, ତଣ୍ଦେକ୍ ଆରି ଆୟା ।"