1 ଇ ସବୁ ହିକ୍ୟା ହିଜ଼ି ୱିସ୍ତି ପାଚେ ଜିସୁ ଚେଲାରିଂ ଇଚାନ୍, 2 "ରି ଦିନ୍ ପାଚେ ଜେ, ନିସ୍ତାର୍ ପାର୍ବୁ ଆନାତ୍, ଇଦାଂ ଏପେଙ୍ଗ୍ ପୁଚାଦେର୍ଣ୍ଣା । ଆରେ ମାନାୟ୍ ମାଜ଼ି ଜେ କ୍ରୁସ୍ତ ଦୁପ୍ୟା ଆଦେଂ କାଜିଂ ହେଲାୟ୍ କିୟାଆନାନ୍ ।"
3 ହେ ୱେଡ଼ାଲିଂ ମୁଡ଼୍ ମାପ୍ରୁହେବାକିନାକାନ୍ ଆରି ଲକୁର୍ତି ବୁଡ଼ାଲୁର୍ କୟାପା ତର୍ନି ମୁଡ଼୍ ମାପ୍ରୁହେବାକିନାକାନ୍ତି ହାକ୍ଡ଼ିତ ରୁଣ୍ଡା ଆତାର୍, 4 ହେୱାର୍ ଡ଼ୁଗ୍ଜି ଜିସୁଙ୍ଗ୍ ଅସ୍ତେଙ୍ଗ୍ ମାନ୍ପାଚି କିତାର୍ । 5 ମାତର୍ ହେୱାର୍ ଇଚାର୍, "ପାର୍ବୁ ୱେଡ଼ାଲିଂ ଇଦାଂ କିନାକା ହାର୍ ଆକାୟ୍, ଇନାକିଦେଂକି ମାନାୟାର୍ ଗଣ୍ଡ୍ଗଲ୍ କିଦ୍ନାର୍ ।"
6 ଦିନେକ୍ ଜିସୁ ବେତ୍ନିୟାତ ଗାଜା ରଗ୍ୟା ବଗ୍ କିଜ଼ି ସିମନ୍ ଇଞ୍ଜ ମାନି ୱେଡ଼ାଲିଂ, 7 ରଞ୍ଜେଲ୍ କଗ୍ଲେ ର କଣ୍ଡିତ ଦାମ୍ନି ବାସ୍ନା ଚିକାଣ୍ ଅସି ତା ତାକେ ୱାତାତ୍ ଆରି ହେଦେଲ୍ ଚିଞ୍ଜେଙ୍ଗ୍ କୁଚ୍ଚି ସମୁତ ତାଙ୍ଗେଙ୍ଗ୍ କାପ୍ଡ଼ାତ ୱାକ୍ତେଂ ଲାଗାତାତ୍ । 8 ହେଦାଂ ହୁଡ଼୍ଜି ଚେଲାର୍ ରିସା ଆଜ଼ି ଇଚାର୍, "ଏଚେକ୍ ନସ୍ଟ କିନାତା ଇନାକିଦେଂ ? 9 ଇ ବାସ୍ନା ଚିକାଣ୍ ବେସି ଟାକାଂତାଂ ପ୍ରୟା ଆତାତ୍ମା ଆରି ହେ ଦାନ୍ ଅର୍କିତାରିଂ ଦାନ୍ ହିୟାତାତ୍ମା ।"
10 ଜିସୁ ହେଦାଂ ପୁଞ୍ଜି ହେୱାରିଂ ଇଚାନ୍, ଇନେକିଦେଂ କଗ୍ଲେଂ କସ୍ଟ ହିନାଦେରା ? ହେଦେଲ୍ ନା କାଜିଂ ହାର୍ କାମାୟ୍ କିନାତା । 11 "ଅର୍କିତ୍ ଲକୁତ ନିତ୍ରେ ମି ହୁଦାଂ ମାନାର୍, ମତର୍ ଆନ୍ ନିତ୍ରେ ମି ହୁଦାଂ ମାନୁଙ୍ଗ୍ । 12 ଆରେ, ନା ଦୁଗେର୍ତ ମୁଚ୍ନି କାମାୟ୍ ଲାକେ ନା ଗାଗାଡ଼୍ତ ଇ ବାସ୍ନା ଚିକାଣ୍ ୱାକ୍ତାନାତା । 13 ଆନ୍ ନିଂ ହାତ୍ପା ଇଞ୍ଜ୍ନାଙ୍ଗା, ୱିଜ଼ୁ ପୁର୍ତିତ ଇମ୍ଣି ବାହାତ ପା ନେକ୍ରିକାବୁର୍ ୱେଚ୍ୟାନାତ୍, ହେ ବାହାତ ଇ କଗ୍ଲେତି ଏତୁତିଂ ତାଦାଙ୍ଗ୍ ଇ କାମାୟ୍ନି କାତା ପା ଇନ୍ୟା ଆନାତ୍ ।"
14 ଜିସୁତି ବାରଜାଣ୍ ଚେଲାର୍ ବିତ୍ରେ ଇସ୍କାରିୟତିୟ ଜିହୁଦା ତର୍ନି ରକାନ୍ ଚେଲା ମୁଡ଼୍ ମାପ୍ରୁହେବାକିନାକାର୍ ତାକେ ହାଲ୍ଜି ୱେନ୍ବାତାନ୍, 15 "ଜିସୁଙ୍ଗ୍ ଆହି କିଜ଼ି ହିତ୍ତିସ୍ ନାଙ୍ଗ୍ ଇନାକା ହିଦ୍ନାଦେର୍ ?" ହେୱାର୍ ତାଙ୍ଗ୍ କଡ଼େଦସ୍ ଗଟା ରୁପା ଟାକାଂ ଏଜା କିଜ଼ି ହିତାର୍ ।
16 ହେ ଦିନ୍ତାଂ ଜିସୁଙ୍ଗ୍ ହେୱାର୍ କେଇଦ ଆହିକିଦେଂ କାଜିଂ ସୁବିଦା ଡେକ୍ତାନ୍ ।
17 ପାଚେ ହଇୱି ରୁଟି "ପାର୍ବୁନି ପର୍ତୁମ୍ ଦିନ୍ତ ଚେଲାର୍ ଜିସୁ ଲାହାଙ୍ଗ୍ ୱାଜ଼ି ୱେନ୍ବାତାର୍, ଆପେଂ ଇମ୍ଣି ବାହାତ ନି କାଜିଂ ନିସ୍ତାର୍ ପାର୍ବୁ ବଜି ଜାଲ୍ଦି କିନାପ୍ ଇଞ୍ଜି ନି ଇଚା ?"
18 ଜିସୁ ଉତର୍ ହିତାନ୍, ଗାଡ଼୍ଦ ହାଲ୍ଜି ହେ ଆମ୍କ ଲଗାଂ ତାଙ୍ଗେଙ୍ଗ୍ ଇନାଟ୍, "ଗୁରୁ ଇଞ୍ଚାନ୍ନା, ହେୱାନ୍ତି ସମୁ ଲାଗେ ଆଜ଼ି ୱାତାତେ । ହେୱାନ୍ତି ଚେଲାର୍ ଲାହାଙ୍ଗ୍ ମି ଇଞ୍ଜ ହେୱାନ୍ ନିସ୍ତାର୍ ପାର୍ବୁ ମାନିକିନାନ୍ ।"
19 ଜିସୁ ଇନି ହିସାବ୍ରେ ଚେଲାର୍ ନିସ୍ତାର୍ ପାର୍ବୁ ବଜି ଜାଲ୍ଦି କିତାର୍ ।
20 ପାଚେ ମ୍ଡିତିଲେ ହେୱାନ୍ ବାରଜାଣ୍ ଚେଲାର୍ ଲାହାଙ୍ଗ୍ ଚିଞ୍ଜେଙ୍ଗ୍ କୁଚ୍ଚାର୍ । 21 ତିନି ୱେଡ଼ାଲିଂ ଜିସୁ ଇଚାନ୍, "ଆନ୍ ମିଙ୍ଗ୍ ହାତ୍ପା ଇଞ୍ଜ୍ନାଙ୍ଗା, ମି ବିତ୍ରେ ରକାନ୍ ନାଙ୍ଗେଙ୍ଗ୍ ସତ୍ରୁ କେଇଦ ହେଲାୟ୍ କିଦ୍ନାନ୍ ।"
22 ଚେଲାର୍ ବେସି ଦୁକ୍ ଆଜ଼ି ରକାନ୍ ପାଚେ ରକାନ୍ ଜିସୁଙ୍ଗ୍ ୱେନ୍ବାତାର୍, "ମାପ୍ରୁ ହେୱାଙ୍ଗ୍ ଇନାକା ଆନ୍ ?"
23 ଜିସୁ ଇଚାନ୍, "ଇନେର୍ ନା ଲାହାଙ୍ଗ୍ ରଚେ ତାଡ଼ିୟାତ ରୁଟି କ୍ଡକ୍ନାନ୍, ହେୱାନ୍ ନାଙ୍ଗ୍ ସତ୍ରୁ କେଇଦ ହେଲାୟ୍ କିଦ୍ନାନ୍ । 24 ସାସ୍ତର୍ର୍ତ ଇନେସ୍ ଲେକା ଆତାତ୍ନ୍ନା ମାନାୟ୍ ମାଜ଼ି ହାକିଡାଣ୍ଡ୍ ଆନାନ୍, ମାତର୍ ଇନେର୍ ଆହିକିନାନ୍, ତା ଦସା କେତେକ୍ କସ୍ଟ ! ହେ ମାନାୟ୍ ଜଲମ୍ ଆୱାଦାଂ ମାଚିସ୍ ତା ପାକ୍ୟାତ ହାରା ଆତାତ୍ମା ।"
25 ସାତ୍ରୁ କେଇଦ ହେଲାୟ୍ କିତି ଜିହୁଦା ନିଙ୍ଗ୍ଜି ୱେନ୍ବାତାନ୍, "ଏ ଗୁରୁ, ହେୱାଙ୍ଗ୍ ଇନାକା ଆନ୍ ?"
ଜିସୁ ହେୱାନିଂ ଇଚାନ୍, "ଏନ୍ ଇଞ୍ଚାୟ୍ନ୍ନା ।"
26 ହେୱାର୍ ତିନି ୱେଡ଼ାଲିଂ ଜିସୁ ର ରୁଟି ଅଜ଼ି ଇସ୍ୱର୍ତିଂ ଦନ୍ୟବାଦ୍ ହିତାନ୍ ଆରି ହେଦାଂ ଡ୍ରିକ୍ଚି ଚେଲାରିଂ ହିଜ଼ି ଇଚାନ୍,
"ଇଦାଂ ନା ଗାଗାଡ଼୍ ।"
27 ତା ପାଚେ ହେୱାନ୍ ଉଣି ବାହା ଅଜ଼ି ଇସ୍ୱର୍ତିଂ ଜୁୱାର୍ କିତାନ୍ ଆରି ହେଦାଂ ଚେଲାରିଂ ହିଜ଼ି ଇଚାନ୍, "ଏପେଙ୍ଗ୍ ୱିଜ଼ାକାଦେର୍ ଇବେଣ୍ଡାଂ ଉଣାଟ୍ ।" 28 "ଇଦାଂ ନା ନେତେର୍ । ମାନାୟ୍ତିଂ ପାପ୍ କେମା କାଜିଂ ଆନ୍ ଇମ୍ଣି ନେତେର୍ ୱାକ୍ଚି ହିଦେଂ ହାନାଙ୍ଗା, ଇମ୍ଣାକା ଇସ୍ୱର୍ତି ପୁନି ନିୟମ୍ ରଚ୍ୟା ଆତାତ୍ନ୍ନା ।