14 ଜେତାଏତାଃରେ ପାର୍ମେଶ୍ୱାର୍ଆଃ ଆତ୍ମା ବାନଆଃ, ଇନିଃ ପାର୍ମେଶ୍ୱାର୍ତାଃତେ ହିଜୁଃ ବାର୍ଦାନ୍କେ କାଏ ନାମ୍ ଦାଡ଼ିୟା । ଏନ୍ ଲେକାନ୍ ହଡ଼ ନେ ବାର୍ଦାନ୍କକେ କାଏ ଆଟ୍କାର୍ଉରୁମ୍ ଦାଡ଼ିୟା । ନେଆଁଁକ ଇନିଃ ନାଗେନ୍ତେ କା ସାରିତାନ୍ ଲେକାନାଃ ତାନାଃ, ଚିୟାଃଚି ଏନ୍ ସବେନାଃକେ ଆତ୍ମିକ୍ ଲେକାତେ ବିଚାରଃଆ । 15 ଜେତାଏତାଃରେ ପାର୍ମେଶ୍ୱାର୍ଆଃ ଆତ୍ମା ମେନାଃ, ଇନିଃ ସବେନ୍ ବିଷାଏରେୟାଃ ବୁଗିନାଃଗି ବିଚାରେୟା, ମେନ୍ଦ ଇନିଃକେ ଜେତାଏ କାକ ବିଚାର୍ ଦାଡ଼ିୟା ।