ପାର୍ମେଶ୍ୱାର୍ ଆବୁଆଃ ଆପୁ
1 ନେ’ଲେକା ଗାୱାତେ ପେରେଜାକାନ୍ ଗାଦେଲ୍ ହଡ଼କ ଆବୁଆଃ ଚାରିୟସାଃରେ ମେନାକଆ, ଏନାମେନ୍ତେ ମାର୍ ହିଜୁଃପେ, ଆବୁ ନିରେତାନ୍ ଇମ୍ତା ଅକ୍ନାଃ ଆବୁକେ ଛେକାଦ୍ବୁତାନା ଆଡଃ କେଟେୟାନ୍ଗି ସାବ୍ବୁତାନ୍ ପାପ୍କେ ବାଗିତାନ୍ଲଃ, ଦଲାବୁ, ଏନ୍ତାଃତେ ନିର୍ ସେଟେରେ ନାଙ୍ଗ୍ ଧିରାଜ୍ ସାବ୍କେଦ୍ତେ ଆବୁଆଃ ଆୟାର୍ରେୟାଃ ନିର୍ରେ ହରାରେବୁ ନିର୍ରେୟା । 2 ଅକନ୍ ୟୀଶୁକେ ଆବୁ ମୁନୁଏତେ ଟୁଣ୍ଡୁ ଜାକେଦ୍ ବିଶ୍ୱାସ୍କାଇଜାବୁ, ଇନିୟାଃ ଚେତାନ୍ରେଗି ଆବୁଆଃ ମେଦ୍ ଦହକାନ୍କା । ଇନିଃ କ୍ରୁଶ୍ରାଃ ବରତେ ଆୟାଃ କାମିହେତେ କାଏ ରୁହାଡ଼ାକାନ୍ ତାଇକେନା, ମେନ୍ଦ ହିଜୁଃ ଦିପିଲିରେ ଆୟାଃ ନାଙ୍ଗ୍ ଅକନ୍ ରାସ୍କା ମେନାଃ, ଏନା ନାଗେନ୍ତେ କ୍ରୁଶ୍ରେୟାଃ ଗନଏଃକେ ଇନିଃ ବାନଃ ମେନ୍ତେ କାଏ କାଜିକେଦା, ଆଡଃ ନାହାଁଃ ଇନିଃ ପାର୍ମେଶ୍ୱାର୍ଆଃ ରାଜ୍ଗାଦିରେୟାଃ ଜମ୍ସାଃରେ ଦୁବାକାନା ।
3 ଇନିଃ ପାପିକତାଃଏତେ ଚିମିନ୍ ପୁରାଃଗି ହିଲାଙ୍ଗ୍ୟାନା ଆଡଃ ଚିମିନ୍ଗି ଦୁକୁ ସାହାତିଙ୍ଗ୍କେଦା, ଏନା ଉଡ଼ୁଃଲେପେ ! ଏନାତେ ଆପେ ଆପେୟାଃ ମନ୍ରେ ଆଲ୍ପେ ହୁଡିଙ୍ଗ୍ଜୀଉଃଆ ଆଡଃ ଆଲ୍ପେ ଲାଗାଉତାରଃଆ ।