7 ମେନ୍ଦ ଆଇଙ୍ଗ୍ ଆପେକେ ସାର୍ତି କାଜିୟାପେ ତାନାଇଙ୍ଗ୍, ଆଇଙ୍ଗ୍ ସେନଃତେୟାଃ ଆପେୟାଃ ନାଙ୍ଗ୍ ପୁରାଃ ବୁଗିଅଆଃ, ଚିୟାଃଚି ଆଇଙ୍ଗ୍ କାଇଙ୍ଗ୍ ସେନ୍ରେଦ ଜୀଉରାଡ଼େଃ ଏମଃନିଃ କାଏ ହିଜୁଃଆ, ମେନ୍ଦ ଆଇଙ୍ଗ୍ ସେନ୍ରେଦ ଇନିଃକେ ଆପେତାଃତେଇଙ୍ଗ୍ କୁଲିୟା । 8 ଆଡଃ ଇନିଃ ହିଜୁଃରେ ଅତେଦିଶୁମ୍ରେନ୍ ହଡ଼କଆଃ ପାପ୍ରେୟାଃ ଏତ୍କାନ୍ ବିଷାଏ, ଧାର୍ମାନ୍ ବିଷାଏ ଆଡଃ ପାର୍ମେଶ୍ୱାର୍ଆଃ ବିଚାର୍ ବିଷାଏରେ ଉଦୁବେୟାଏ । 9 ପାପ୍ ବିଷାଏରେ ଇନ୍କୁ କାକ ଠାଉକା, ଚିୟାଃଚି ଇନ୍କୁ କାକ ବିଶ୍ୱାସେତାନା 10 ଧାର୍ମାନ୍ ବିଷାଏରେ ଇନ୍କୁ କାକ ଠାଉକା, ଚିୟାଃଚି ଆଇଙ୍ଗ୍ଦ ଆପୁତାଃତେ ସେନଃତାନାଇଙ୍ଗ୍, ଆପେ ଆଡଃ କାପେ ନେଲିୟାଃଁ । 11 ବିଚାର୍ ବିଷାଏରେ ଇନ୍କୁ କାକ ଠାଉକା, ଚିୟାଃଚି ନେ ଅତେଦିଶୁମ୍ରେନ୍ ଗମ୍କେଦ ବିଚାର୍ ଚାବାକାନାଏ ।