ବୁଗିନ୍ ଶମିରୋନ୍ରେନ୍ନିଃୟାଃ ଜନ୍କା କାଜି
25 ୧୦:୨୫ ମାଥିଉ ୨୨:୩୫-୪୦; ମାର୍କ ୧୨:୨୮-୩୪. ଆଡଃ ନେଲେପେ ମିଆଁଦ୍ ଆଇନ୍ ଇତୁନିଃ ବିରିଦ୍ୟାନ୍ତେ ୟୀଶୁକେ ବିଡ଼ାଅ ନାଗେନ୍ତେ କୁଲିକିୟାଏ, "ଏ ବୁଗିନ୍ ଇତୁନିଃ, ଜାନାଅ ଜୀଦାନ୍ ନାମେ ନାଗେନ୍ତେ ଚିନାଃଇଙ୍ଗ୍ ଚିକାୟା ?"
26 ୟୀଶୁ କାଜିକିୟାଏ, "ଆନ୍ଚୁରେ ଚିକ୍ନାଃ ଅଲାକାନା ? ଆମ୍ ଚିଲ୍କାମ୍ ପାଢ଼ାଅ ତାନା ?"
27 ଆଡଃ ଇନିଃ ମେନ୍ରୁହାଡ଼ାଇୟାଏ, "ପ୍ରାଭୁ ଆମାଃ ପାର୍ମେଶ୍ୱାର୍କେ ଆମାଃ ସବେନ୍ ମନ୍ସୁରୁଦ୍ତେ ଆଡଃ ଆମାଃ ସବେନ୍ ଜୀଉତେ ଆଡଃ ଆମାଃ ସବେନ୍ ପେଡ଼େଃତେ ଆଡଃ ଆମାଃ ସବେନ୍ ସେଣାଁଁତେ ଦୁଲାଡ଼ିମେ, ଆଡଃ ଆମାଃ ହପର୍ ଜାପାଃରେନ୍ନିଃକେ ଆମାଃ ଲେକାଗି ଦୁଲାଡ଼ିମେ ।"
28 ଏନ୍ତେ ୟୀଶୁ କାଜିରୁହାଡ଼୍କିୟାଏ, "ବୁଗିନାମ୍ କାଜିକାଦା, ଆମ୍ ନେକାଏରେଦମ୍ ଜୀହିଦଃଆ ।"