1 ଆମାଃ ସେପେଡ଼େଦ୍ ଇମ୍ତା ଆମାଃ ବାବାଇନିଃକେ ପାହାମିମେ । ଚିୟାଃଚି ଏତ୍କାନ୍ ଦିପିଲି ହିଜୁଃତାନା । ଅକ ସବେନ୍ ବାରାଷ୍କରେ କାଜିୟାଃପେ, ନେ ସବେନାଃରେ ଆଇଁୟାଃ ଜେତ୍ନାଃ ସୁକୁ ବାନଃଆ, ଏନ୍ ସବେନ୍ ବାରାଷ୍ ସେଟେର୍ ତାନା । 2 ଏନ୍ ଦିପିଲିରେ ସିଙ୍ଗି, ମାସ୍କାଲ୍, ଚାଣ୍ଡୁଃ, ଓଡ଼ୋଃ ଇପିଲ୍କ ନୁବାଃ କଆଃ । ଓଡ଼ୋଃ ଦାଆଃ ଗାମା ରେୟାଃ ତାୟମ୍ତେ ଆଡଃମିସା ରିମିଲ୍ ହୁଇନାଃ, 3 ଏନ୍ ହୁଲାଙ୍ଗ୍ ଅଡ଼ାଃ ହରତାନ୍କ ଏକ୍ଲାଅଆଃ ଓଡ଼ୋଃ ପେଡ଼େଃ କା ତାଇନ୍ ହଡ଼କ ଆପ୍ନାଃ ତେଗି ଅମ୍ବା ରିକାନାଃ । ଓଡ଼ୋଃ ଜାନ୍ତା ଦିରିରେ ରିଦ୍ତାନ୍ କ ହୁଡିଙ୍ଗ୍ ଲେକା ତାଇନ୍ ହରାତେ କାମି ଏତେ ଇନ୍କୁ ସାଙ୍ଗିନଃଆ । ଓଡ଼ୋଃ ଖିଡ଼୍କି ଅକଏକ ନେଲାଃ ଇନ୍କୁ ନୁବାଃରେ ହନର୍ ରିକାୟା । 4 ଓଡ଼ୋଃ ଇନ୍କୁଆଃ ସେସେନ୍ ହରାରେୟାଃ ଦୁଆର୍ ହାଣ୍ଡେଦ୍ କଆ ଓଡ଼ୋଃ ଏନ୍ ଦିପିଲିରେ ଏନ୍ ଜାନ୍ତାଦିରି ରେୟାଃ ସାଡ଼ି କା ଆୟୁମଃଆ । ଓଡ଼ୋଃ ଅଡ଼େକଆଃ ଚେଁ ଚେଁ ରେୟାଃ ସାଡ଼ିତେ ହଡ଼ ଦୁଡ଼ୁମ୍ ଏତେ ବିରିଦା । ଓଡ଼ୋଃ ଦୁରାଙ୍ଗ୍ତାନ୍ କୁଡ଼ିକଆଃ ସାଡ଼ି ସାଙ୍ଗିନଃଆ । 5 ଆଡଃଗି ଇନ୍କୁ ସାଲାଙ୍ଗି ଠାୟାଦ୍ ବିଷାଏରେ ଓଡ଼ୋଃ ହରାରେ ସେସେନ୍ ନାଗେନ୍ତେ ବରଏୟାକ । ମୁମ୍ଫାଲି ଦାରୁରେ ବାହା ହବାଅଃଆ ଓଡ଼ୋଃ ସନ୍ସରେଦ୍ ହଁଗି ଆପ୍ନାଃ ପେଡ଼େଃରେ ଲାଗାଅଃଆ । ଇନିୟାଃ ସବେନ୍ ଇଛାସାନାଙ୍ଗ୍ ଟୁଣ୍ଡୁଃଆ । ଚିଆଃଚି ହଡ଼ ଆପ୍ନାଃ ତାଇନ୍ ଠାୟାଦ୍ତେକ ସେନଃଆ ଓଡ଼ୋଃ ଏୟମ୍ ରିକାତାନ୍କ ହରାରେ ସେସେନାଃକ । 6 ଏନ୍ ଦିପିଲିରେ ରୁପାରେୟାଃ ତାର୍ ଓଡ଼ୋଃ ସୋନା ରେୟାଃ କାଟୋରା ବାର୍ ଟୁକ୍ଡ଼ାକଆଃ । ଏନ୍ତେ ଲିଙ୍ଗିୟଃତାନ୍ ଦାଆଃ ହେପାଦ୍ରେ ହାଁସାରେୟାଃ ଚାଟୁ ଟୁକ୍ଡ଼ାକଆଃ ଓଡ଼ୋଃ କୁଆଁରେୟାଃ ଭାଅଁରା ଟୁକ୍ଡ଼ା କଆଃ । 7 ଏନ୍ତେ ଧୁଡ଼ି ହାଁସାରେ ମେସାକଆ ଓଡ଼ୋଃ ପାର୍ମେଶ୍ୱାର୍ ଏମାକାଦ୍ ଆତ୍ମା ପାର୍ମେଶ୍ୱାର୍ତାଃ ସେନଃ ରୁହାଡ଼ା ।
8 ଇତୁନିଃ କାଜିତାନାଏ, ସବେନାଃ ସାମାଗି ତାନା, ସାମାଗି ସବେନାଃ ସାମା ତାନାଃ ।
9 ଆଡଃଗି ଇତୁନିଃ ସେଣାଁନ୍ ହବା ହରାତେ ହଡ଼କକେ ବୁଗିନ୍ କାଜିକ ଇତୁକେଦ୍କଆଏ । ଏନ୍ତେ ଇନିଃ ପାହାମ୍ କେଦ୍ତେ ଓଡ଼ୋଃ ଦାଣାଁବାଡ଼ା କେଦ୍ତେ ପୁରାଃ ବୁଗିନ୍ ଇନିତୁ କାଜିକ ସାଜ୍ଡ଼ାଅ କେଦ୍ତେ ଅଲ୍କେଦାଏ । 10 ଚେତାଅ କାଜି ଅନଲ୍ନିଃ ବୁଗିନ୍ଗି ଓଡ଼ୋଃ ସୁଗାଡ଼ାନ୍ଗି ଅଲ୍କେଦାଏ । ଇନିଃ ଆଡଃଗି ସାର୍ତି କାଜି ଅଲ୍ ନାଗେନ୍ତେ ଦାଣାଁକେଦାଏ । 11 ସେଣାଁନ୍ ହଡ଼ରାଃ ବାଚାନ୍ ଜାନୁମ୍ ସଟା ଲେକାନ୍ କାଜିକ ଓଡ଼ୋଃ ମାରାଙ୍ଗ୍ ମାଇନାନ୍ ହଡ଼କଆଃ ବାଚାନ୍ ମେଡ଼େଦ୍ ରେୟାଃ ବିଦାକାନ୍ କାନ୍ଟି ଲେକାନ୍ କାଜିକ ତାନାଃ । ଏନ୍ ସବେନାଃ ଆକ୍ତେୟାର୍ ନାମାକାଦ୍ ମିଆଦ୍ ମିଣ୍ଡିଗୁପିନିୟାଃ ହରାତେ ହବାକାନା ।
12 ଆଡଃଗି ହେ ଆଇଁୟାଃ ହନ୍, ଆମ୍ ଚେତାଅ କାଜିକ ଆୟୁମେମେ, ଆଡଃଗି ପୁଥିକ ଅଲ୍ ନାଗେନ୍ତେ ମେନାଃ ଏନାରେୟାଃ ଟୁଣ୍ଡୁ ବାନଃଆ । ଓଡ଼ୋଃ ଚିମିନ୍ କାଜିକ ହଡ଼ମ ରେୟାଃ ଭାର୍ମାଅ କାଜିକ ତାନାଃ ।
13 ଟୁଣ୍ଡୁ କାଜିକ ନେଆଁ ତାନାଃ, ସବେନାଃ ଆୟୁମାକାନା, ପାର୍ମେଶ୍ୱାର୍କେ ବରଆଇ ମେଁ ଓଡ଼ୋଃ ଇନିୟାଃ ଆଚୁଆକାନ୍ କାଜିକ ମାନାତିଙ୍ଗ୍ ରିକାଇମେ । ଚିୟାଃଚି ମାନୱା ରାଃ ନେଆଁଗି ସବେନାଃ ଏତେ ମାରାଙ୍ଗ୍ କାମିତାନାଃ । 14 ଚିୟାଃଚି ପାର୍ମେଶ୍ୱାର୍ ସବେନ୍ କାମି ଓଡ଼ୋଃ ବୁଗିନ୍ ଚାଏ ଏତ୍କାନ୍ ସବେନ୍ ଉକୁଆକାନ୍ କାଜିକେ ବିଚାର୍ରେ ଆଉଇୟା ।