27 ୟୀଶୁ ଡଙ୍ଗାଏତେ ଦରେୟା ଗେନାରେ ଆଡ଼୍ଗୁତର୍ସା, ଏନ୍ ନାଗାର୍ରେନ୍ ମିହୁଡ଼୍ ଏତ୍କାନ୍ ଆତ୍ମାଏତେ ପେରେଜାକାନ୍ ହଡ଼ ୟୀଶୁଲଃ ନାପାମ୍ୟାନାକିନ୍, ଇନିଃ ପୁରାଃ ମାହାଁଏତେ ଲିଜାଃ କାଏ ତୁସିଙ୍ଗ୍ଅଁତାନ୍ ତାଇକେନା ଚାଏ ଅଡ଼ାଃରେ କା ତାଇନ୍କେଦ୍ତେ ହଡ଼ ତପା ଠାୟାଦ୍ରେ ତାୟୁଃତାଇକେନାଏ । 28 ଇନିଃ ୟୀଶୁକେ ନେଲ୍ତାନ୍ଚି ଆୟାଃ କାଟାସୁବାରେ ଉୟୁଃକେଦ୍ତେ କାଉରିତାନ୍ଲଃ କାଜିକେଦାଏ, "ହେ ୟୀଶୁ ସାଲାଙ୍ଗିଉତାର୍ ପାର୍ମେଶ୍ୱାର୍ଆଃ ହନ୍, ଆଇଙ୍ଗ୍ଲଃ ଆମାଃ ଚିକାନ୍ କାମି ମେନାଃ ? ଆଇଙ୍ଗ୍ ଆମ୍କେ ଜହାର୍ ମେଁ ତାନାଇଙ୍ଗ୍ ଆଲମ୍ ଦୁକୁଇୟାଁଃ !" 29 ଇନିଃ ଏନା କାଜିକେଦାଏ ଚିୟାଃଚି ୟୀଶୁ ଏନ୍ ସତ୍ରା ଆତ୍ମାକେ ନେ ହଡ଼ଏତେ ଅଡଙ୍ଗ୍ଅଃମେ ମେନ୍ତେ ଆଚୁକାଇତାଇନାଏ । ଏତ୍କାନ୍ ଆତ୍ମା ହଡ଼କେ ପୁରାଃ ମାହାଁଏତେ ସାବାକାଇତାଇନାଏ । ଆଡଃ ହଡ଼କ ଇନିଃକେ ସିକ୍ଡ଼ିଲଃ ଆଡଃ ବେଢ଼ିରେ ତଲ୍କିଃତେ ହରଇତାନ୍କ ତାଇକେନା, ମେନ୍ଦ ଇନିଃ ତନଲ୍କେ ଟଟାଃଏତାନ୍ ଆଡଃ ଏତ୍କାନ୍ ଆତ୍ମା ଇନିଃକେ ବିର୍ତେ ହାର୍ଇଦିତାନାଏ ତାଇକେନା ।
30 ୟୀଶୁ ଇନିଃକେ କୁଲିକିୟାଏ "ଆମାଃ ନୁତୁମ୍ ଚିକ୍ନାଃ ?" ଇନିଃ କାଜିରୁହାଡ଼୍କିୟାଏ, "ଆଇଁୟାଃ ନୁତୁମ୍ ଫାଉଦ୍," ୮:୩୦ ବାହିିନି ଚିୟାଃଚି ଇନିଃରେ ପୁରାଃଗି ବଙ୍ଗାକ ତାଇକେନା । 31 ଆଡଃ ଇନ୍କୁ ୟୀଶୁକେ "ଆଲେକେ ହୁଆଙ୍ଗ୍ଗାଡ଼ା8:31 ବଙ୍ଗାକଆଃ ଟୁଣ୍ଡୁ ସାଜାଇ ଜାକେଦ୍ ନେ ହୁଆଙ୍ଗ୍ଗାଡ଼ାରେ ତଲ୍କେଦ୍ତେ ତାଇନାଃକତେ ଆଲମ୍ କୁଲ୍ଲେ" ମେନ୍ତେ ପୁରାଃଗିକ ବିନ୍ତିକିୟାଃ ।
32 ବୁରୁଗେନା ଜାପାଃରେ ସୁକୁରିକଆଃ ମାରାଙ୍ଗ୍ ଗୋଟ୍ ଆତିଙ୍ଗ୍ତାଇକେନାକ । ଏତ୍କାନ୍ ଆତ୍ମାକ ୟୀଶୁକେ, ଆଲେକେ ଏନ୍ ସୁକୁରିକରେ ବଲଃ ନାଗେନ୍ତେ କୁଲ୍ତାଲେମେ ମେନ୍ତେକ ବିନ୍ତିକିୟାଃ, ଆଡଃ ଇନିଃ ଇନ୍କୁକେ ବଲରିକାକେଦ୍କଆଏ । 33 ଏତ୍କାନ୍ ଆତ୍ମାକ ଏନ୍ ହଡ଼ଏତେ ଅଡଙ୍ଗ୍ୟାନ୍ତେ ସୁକୁରିକରେକ ବଲୟାନା ଆଡଃ ସୁକୁରିକଆଃ ଗୋଟ୍ ଦରେୟାରେକ ନିର୍ବଲୟାନା ଆଡଃ ଡୁବିଃଗ୍ ଗଏଃୟାନାକ । 34 ସୁକୁରି ଗୁପିତାନ୍କ ନେଆଁଁ ନେଲ୍କେଦ୍ତେ ନିର୍ୟାନାକ ଆଡଃ ସାହାର୍ ଜାପାଃରାଃ ଟଲାକରେ ନେ କାଜିକ ଉଦୁବ୍ ବାଡ଼ାକେଦାଃ, 35 ଆଡଃ ହଡ଼କ ହବାଲେନ୍ତେୟାଃ ନେଲ୍ନାଗେନ୍ତେ ଅଡଙ୍ଗ୍ୟାନାକ ଆଡଃ ୟୀଶୁତାଃକ ହିଜୁଃୟାନ୍ତେ ଏତ୍କାନ୍ ଆତ୍ମାକଆଃ ଫାଉଦ୍ତେ ଏସେରାକାନ୍ ହଡ଼କେ ୟୀଶୁଆଃ କାଟାସୁବାରେ ଦୁବାକାନ୍, ଲିଜାଃ ତୁସିଙ୍ଗ୍ଆଁକାନ୍ ନେଲ୍କିଃତେ ବରକେଦାଃକ ।