13 କିରିସ୍ଟକେ ମୁକା ମୁକା କରି ବାଗ୍ ବାଗ୍ କଲାପାରା ଦଲ୍ ଅଇଆଚାସ୍ । ମୁଇ ପାଉଲ୍, ତମର୍ ପାଇ କୁର୍ସେ ମରିରଇଲି କି ? କି ତମେ ପାଉଲର୍ ନାଉଁ ଦାରି ଡୁବନ୍ ନେଇରଇଲାସ୍ ?
14 ୧:୧୪ ପେରିତ୍ ୧୮:୮; ପେରିତ୍ ୧୯:୨୯; ରମିୟ ୧୬:୨୩ ସେଟାର୍ପାଇଁ କିରିସ୍ପ ଆରି ଗାଅକେ ଚାଡ୍ଲେ ତମର୍ ବିତ୍ରେ ଆରି କାକେ ମିସା ଡୁବନ୍ ଦେଇ ନାଇ ବଲି ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । 15 ତମେ ମର୍ ନାଉଁ ଦାରି ଡୁବନ୍ ନେଇଆଚାସ୍ ବଲି କେଡେବେଲେ କେ ମିସା କଇଦେବାଇ । 16 ୧:୧୬ ୧ମ କରନ୍ତିୟ ୧୬:୧୫ଉଁ ତିପାନ୍କେ ଆରି ତାର୍ କୁଟୁମର୍ ଲକ୍କେ ମିସା ଡୁବନ୍ ଦେଇରଇଲି । ଆରି କାକେ ଡୁବନ୍ ଦେଲିଆଚି କି ନାଇ ବଲି ମକେ ଏତ୍ ଆସେ ନାଇ । 17 କାଇକେବଇଲେ କିରିସ୍ଟ ମକେ ଡୁବନ୍ ଦେବାକେ ପାଟାଏ ନାଇ, ନିମାନ୍ କବର୍ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍ମନର୍ ଗିଆନ୍ ଇସାବେ ସେଟା ମୁଇ କର୍ତି, ସେନ୍ତାର୍ ଆଲେ କିରିସ୍ଟର୍ କୁର୍ସର୍ କବରର୍ ବପୁ ଉନା ଅଇତା ।