22 ଜେନ୍ତି ଆଦମର୍ ବଁସେଅନି ଆଇଲା ଲକ୍ମନ୍ ମର୍ବାଇ, ସେନ୍ତାରିସେ କିରିସ୍ଟର୍ତେଇ ରଇଲା ସବୁଲକ୍ ଜିବନ୍ ଅଇ ଉଟ୍ବାଇ । 23 ମାତର୍ ଗଟେକ୍ ଗଟେକ୍ ଲକ୍ ଆଗାପଚା ଇସାବେ ଉଟ୍ବାଇ । ପର୍ତୁମ୍ କିରିସ୍ଟ ତାର୍ପଚେ ସେ ଆଇବା ଦିନେ ଜେତ୍କି ଲକ୍ ସବୁ ତାର୍ଲଗେ ରଇଲାଇ । 24 ତାର୍ପଚେ ଜୁଗର୍ ସାରାସାରି ଦିନ୍ କେଟ୍ସି । ସେଡ୍କିବେଲେ ସବୁ ସାସନ୍କାରିଆମନ୍କେ, ଅଦିକାର୍ ଆରି ବପୁ ରଇଲା ଲକ୍ମନ୍କେ ସେ ଆରାଇସି ଆରି ବାବା ପର୍ମେସର୍କେ ସେ ରାଇଜ୍ ସର୍ପି ଦେଇସି । 25 କାଇକେବଇଲେ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ଆରାଇ, ତାର୍ ପାଦ୍ତଲେ ଆନ୍ବାଜାକ କିରିସ୍ଟ ସାସନ୍ କର୍ବାର୍ ଆଚେ ।
Publicidade