3 କାଇକେବଇଲେ ଜନ୍ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍ ସିକିଆ ତମ୍କେ ସିକାଇ ରଇଲି । ସାସ୍ତର୍ ଇସାବେ କିରିସ୍ଟ ଆମର୍ ପାପ୍ କେମା ଅଇବାକେ ମରିଗାଲା । 4 ୧୫:୪ ମାତିଉ ୧୨:୪୦; ପେରିତ୍ ୨:୨୪-୩୨ତାକେ ତପିରଇଲାଇଜେ, ସାସ୍ତର୍ ଇସାବେ ତିନ୍ଦିନ୍ ନ ଅଇତେ ତାକେ ପର୍ମେସର୍ ଜିବନ୍ କରି ଉଟାଇଲା । 5 ୧୫:୫ ଲୁକ୍ ୨୪:୩୪; ମାତିଉ ୨୮:୧୬,୧୭; ମାର୍କ ୧୬:୧୪; ଲୁକ୍ ୨୪:୩୬; ଜଅନ୍ ୨୦:୧୯ସେ ପିତର୍ ଆରି ତାର୍ ବାର୍ଟା ପେରିତ୍ ସିସ୍ମନ୍କେ ଦର୍ସନ୍ଦେଲା । 6 ତାର୍ ପଚେ ତର୍ ସଙ୍ଗ୍ ଜାଇତେରଇବା ଏକାତର୍ ପାଁଚ୍ସଅ ଲଗେଅନି ଅଦିକ୍ ବାଇମନ୍କେ ଦର୍ସନ୍ ଦେଲା । ସେମନର୍ ବିତ୍ରେ ଅନି କେତେଲକ୍ ମରିଗାଲାଇ ଆରି ବେସି ଲକ୍ ଆଜିକେ ଜାକ ଜିବନ୍ ଆଚତ୍ ।
Publicidade