ମଣ୍ଡଲିତେଇ ବେବିଚାର୍
1 ମୁଇ ସତ୍ସେ ସୁନ୍ଲି ଜେ, ତମର୍ ବିତ୍ରେ ବେସିଆ କାମ୍ ଆଚେ । ଆରି ଏନ୍ତାରି ବେସିଆ କାମ୍, ଜନ୍ଟାକି ବିସ୍ବାସ୍ ନ କଲା ଲକର୍ ବିତ୍ରେ ମିସା ନାଇ । ଜେନ୍ତାର୍କି ନିଜର୍ ସାନ୍ ଆୟାର୍ ସଙ୍ଗ୍ ସୁଆବସା ଅଇଲାନି । 2 ଆରି ତମର୍ ବିତ୍ରେଅନି ଗଟେକ୍ ଲକ୍ ଏନ୍ତାରି କାମ୍ କଲାଆଚେ, ତେବେ ତମେ କାଇକେ ବଡ୍ପନ୍ ଦେକାଇଲାସ୍ନି ? ସେ କରିରଇବା ପାପ୍ କାମର୍ ଲାଗି ଲାଜ୍ ଅଇକରି ସେନ୍ତାରି ଲକ୍କେ ତମର୍ ବିତ୍ରେଅନି ବାର୍କରାଇ ଦେବାର୍ ରଇଲା ।