ପର୍ମେସର୍ ଆକା ଉଜଲ୍
5 ମାତର୍ ଜନ୍ ବିସଇ ଜିସୁକିରିସ୍ଟ ଆମ୍କେ କଇଲା, ଆରି ଜାଇଟା ତମ୍କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍ମେସରର୍ ଉଜଲ୍ । ଆରି ତାର୍ଟାନେ ମୁଲ୍କେ ଆନ୍ଦାର୍ ନାଇ । 6 ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି । 7 ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।