ନୁଆଁ ଆଗିଆଁ
7 ୨:୭ ଜଅନ୍ ୧୩:୩୪ ଏ ମର୍ ଆଲାଦର୍ ମଇତର୍ମନ୍, ମୁଇଁ ତମର୍ ଲଗେ କାଇମିସା ନୁଆ ଆଦେସ୍ ଲେକିନାଇ । ତମେ ଜିସୁର୍ ସଙ୍ଗ୍ ଜିବାକେ ଆରାମ୍ କଲାବେଲେଅନି, ଏ ସମାନ୍ ଆଦେସ୍ ତମେ ଜାନିଆଚାସ୍ । ସେ ପୁର୍ନା ଆଦେସ୍ ସୁନି ସାରାଇଆଚାସ୍ ।
8 ମାତର୍ ଏଟା ଗଟେକ୍ ନୁଆ ଆଦେସ୍ ପାରା ମିସା ଆଚେ । କାଇକେବଇଲେ ତେଇର୍ ସତ୍ ବିସଇ କିରିସ୍ଟ ଲଗେ ଆରି ତମର୍ ଲଗେ ଡିସ୍ଲାନି । ଆନ୍ଦାର୍ ଉଟିଗାଲାନି, ଆରି ସତ୍ ଉଜଲ୍ ଡିସ୍ଲାନି ।