ପର୍ମେସରର୍ ପିଲାଟକିମନ୍
1 ୩:୧ ଜଅନ୍ ୧:୧୨ ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ । 2 ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ ।