15 କେ ଜଦି ବିନ୍ ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ନର୍ମାର୍ବା ଲକର୍ ସମାନ୍ । ଗଟେକ୍ ନର୍ମାରୁ ଲଗେ ପର୍ମେସରର୍ ନ ସାର୍ବା ଜିବନ୍ ନ ରଏ । ଏଟା ତମେ ଜାନିଆଚାସ୍ । 16 ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇଁ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।