16 ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇଁ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ । 17 ଜଦି କାକେମିସା ବଁଚ୍ବାକେ ତାର୍ ଲଡାକେ ଲାଗ୍ବାଟା ସବୁ ବିସଇଆଚେ, ଆରି ତାର୍ ବିସ୍ବାସି ବାଇକେ ଲଡାଆଚେ ବଲି ସେ ଜାନେ, ମାତର୍ ତାର୍ପାଇ ଜିବନ୍ ଦୁକାଏ ନାଇ, ସେ ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇନାପାରେ । 18 ଆଲାଦର୍ ପିଲାମନ୍, ଆମର୍ ଆଲାଦ୍ ଅବ୍କା କୁଆବଲାଇ ରଇବାର୍ ନାଇ । ଆମେ ସତ୍ସଙ୍ଗ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ । ଜେନ୍ତାରିକି ପର୍ମେସର୍ ସତ୍ସଙ୍ଗ୍ ଆମ୍କେ ଆଲାଦ୍ କର୍ସି ।
Publicidade