16 ପର୍ମେସର୍ ଜନ୍ ଆଲାଦ୍ ଆମର୍ପାଇଁ ଦେକାଇଆଚେ, ସେଟା ଆମେ ଜାନ୍ଲୁନି ଆରି ବିସ୍ବାସ୍ କଲୁନି ।
ସେ ସବୁବେଲେ ଲକ୍ମନ୍କେ ଆଲାଦ୍ କର୍ସି । ଜେତ୍କି ଲକ୍ ପର୍ମେସର୍କେ ଆରି ବିନ୍ ଲକ୍ମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସଙ୍ଗ୍ ମିସିଆଚତ୍ । ଆରି ସେ ମିସା ତାକର୍ ସଙ୍ଗ୍ ଆଚେ ।