11 ସେ ସାକିଅ ଏଟା ସେ । ପର୍ମେସର୍ ଆମ୍କେ ନ ସାର୍ବା ଜିବନ୍ ଦେଲାଆଚେ । ଏ ଜିବନ୍ ଆମେ ତାର୍ ପଅର୍ଲାଗି ମିଲାଇଆଚୁ । 12 ତାର୍ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍ ଏ ନ ସାର୍ବା ଜିବନ୍ ପାଇବାଇ । ଆରି ଜେ ତାର୍ ପଅର୍ସଙ୍ଗ୍ ମିସେନାଇ ସେ ଏ ଜିବନ୍ ମିସା ପାଏନାଇ ।
ନ ସାର୍ବା ଜିବନ୍
13 ତମେ ଜେତ୍କି ଲକ୍ ପର୍ମେସରର୍ ପଅକେ ବିସ୍ବାସ୍ କଲାସ୍ନି, ତମ୍କେ ଏ ଚିଟି ଲେକ୍ଲିନି । ଜେନ୍ତାରିକି ଆମ୍କେ ନ ସାର୍ବା ଜିବନ୍ ଆଚେ ବଲି ତମେ ଜାନାସ୍ ।