10 ପର୍ମେସର୍ ମୁନୁସ୍ମନ୍କେ ତାକର୍ ପାପେଅନି କେନ୍ତି ମୁକ୍ଲାଇସି ବଲି ପୁର୍ବର୍ ବବିସତ୍ବକ୍ତାମନ୍ ମନ୍ଦିଆନ୍ କରି ପଡ୍ଲାଇ । ପର୍ମେସର୍ ତମ୍କେ ଦେବା ଏ ଦାନ୍ ବିସଇ, ସେମନ୍ ଆଗ୍କେ ଗଟ୍ବା କାତା କଇଲାଇ । 11 କିରିସ୍ଟ କେନ୍ତି ଦୁକ୍କସ୍ଟ ମୁରଚ୍ଲା, ଆରି ସବୁ ନିନ୍ଦା ସାର୍ଲା ପଚେ ସେ କେନ୍ତି ଡାକ୍ପୁଟା ପାଇଲା, ସେ ବିସଇ ପର୍ମେସରର୍ ଆତ୍ମା ସେମନ୍କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍ବାକେ ସେମନ୍ ବେସି ମନ୍ କଲାଇ । ସେଟାର୍ପାଇଁ ସେମନ୍ ସେ ବିସଇ ମନ୍ଦିଆନ୍ କରି ପଡ୍ଲାଇ ।