ଜିବନ୍ ରଇବା ଆସା
3 ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଜବର୍ ଅଇତେ ଦୟା କଲାର୍ପାଇ ଆମ୍କେ ନୁଆ ଜିବନ୍ ଦେଲା ଆଚେ । ଜିସୁକିରିସ୍ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍କେ ଉଟାଇସି ବଲିକରି ପୁରାପୁରୁନ୍ ଆସାଆଚେ । 4 ସେଟାର୍ପାଇଁ ପର୍ମେସର୍ ତାର୍ ଲକ୍ମନର୍ପାଇ ଜେତ୍କି ସବୁ ଆସିର୍ବାଦ୍ ସର୍ଗେ ଜତନ୍ କରି ସଙ୍ଗଇଆଚେ, ସେଟା ସବୁ ଆମର୍ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍ ନ ଦାରେ କି ଉନା ମିସା ନ ଅଏ ।