1 କିରିସ୍ଟ ନିଜର୍ ଗାଗ୍ଡେ ଦୁକ୍କସ୍ଟ ମୁର୍ଚିକରି ଜେନ୍ତାରି ଚିନ୍ତା କର୍ତେ ରଇଲା, ତମେମିସା ସେନ୍ତାରି ଚିନ୍ତାକରି ଡାଟ୍ ଉଆ । କାଇକେବଇଲେ ଜେ ଗାଗ୍ଡେ ଦୁକ୍କସ୍ଟ ମୁରଚ୍ସି, ସେ ଆରି ପାପ୍ କର୍ବାକେ ମନ୍ ନ କରେ । 2 ତେବର୍ପାଇ ତମର୍ ମନ୍କେ ଜାଗରତ୍ କରା । ଜେନ୍ତାରିକି, ଏବେ ଅନି ତମର୍ ମରନ୍ ଜାକ, ପର୍ମେସର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସା । ତମର୍ ପାପର୍ ଗୁନ୍ ଚଲନ୍ ଇସାବେ କରାନାଇ । 3 କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ ଜନ୍ଟା କର୍ବାକେ ମନ୍ କର୍ବାଇ, ସେନ୍ତାରି ତମେମିସା କର୍ତେ ରଇଲାସ୍ । ଆରି ସେନ୍ତାରି କରି କରି ଚୁଚାଇ ଚୁଚାଇ ଦିନ୍ ଗାଲା । ତମର୍ ଗାଗଡର୍ ପାପେରଇବା ଗୁନ୍ଚଲନ୍ ଇସାବେ ଲାଜର୍ ବିସଇ, ପାଦ୍ରା କାମ୍ କର୍ବାକେ ମନ୍ କର୍ବା ବିସଇ, ମାତିରଇବା ବିସଇ, କରାପ୍ ବିସଇଟାନେ ମଜାମଜ୍ଲିସ୍ କର୍ବା ବିସଇ ଆରି ପର୍ମେସର୍ ଗିନ୍କର୍ବା ପୁତ୍ଲା ପୁଜା କର୍ବାଟାମନ୍ କର୍ତେରଇଲାସ୍ । 4 ମାତର୍ ଏବେ, ବିସ୍ବାସ୍ ନ କଲା ଲକ୍ମନ୍ କାବାଅଇଗାଲାଇନି ଆରି ତମ୍କେ ନିନ୍ଦାର୍ କାତା କଇଲାଇନି । କାଇକେବଇଲେ ସେମନ୍ କରିରଇବା କାରାପ୍ ମଜାମଜ୍ଲିସ୍ ବିସଇତେଇ ତମେ ମିସାସ୍ ନାଇ । 5 ମାତର୍ ସେମନ୍ ନିଜେ ପର୍ମେସର୍କେ ଇସାବ୍ ଦେବାକେ ପଡ୍ସି । ସେ ବଁଚିରଇବା ଆରି ମରିରଇବା ସବୁକେ ବିଚାର୍ କର୍ବାକେ ଜାଗିଆଚେ ।
Publicidade