2 ୩:୨ ତିତସ୍ ୧:୬-୯ତେବର୍ପାଇ ଜେନ୍ତିକି ତାର୍ ଜିବନେ ବିନ୍ ଲକ୍ମନର୍ କାଇ ନିନ୍ଦା ନ ରଇବାର୍ । ସେ ଗଟେକ୍ ମାଇଜି ସଙ୍ଗଇରଇବାର୍ ଆଚେ । ନିଜେ ଜାଗ୍ରତ୍ ରଇକରି, ନିଜର୍ ଜିବନେ ସୁସ୍ତା ରଇକରି, ସବୁଲକର୍ ସନ୍ମାନ୍ ପାଇକରି, ଆଇଲା ଲକ୍ମନ୍କେ ଡାକିନେବା ପାରା ଲକ୍ ଅଇକରି, ଲକ୍ମନ୍କେ ବୁଦିର୍ କାତା ସିକାଇବା ଲକ୍ ଅଇ, 3 ନ ମାତି କରି, କିରମାର୍ ନ ଅଇକରି ସାନ୍ତିସଙ୍ଗ୍ ରଇ, ଦଦାପେଲା ନ ଅଇକରି, ଦନ୍ ମିଲାଇବାକେ ଆସା ନ ଅଇକରି ରଇବାର୍ ଆଚେ । 4 ନିଜର୍ କୁଟୁମ୍କେ ନିକକରି ଚାଲାଇତେରଇବାର୍ ଆଚେ । ଆରି ତାର୍ ପିଲାଟକିମନ୍କେ ସେ ତିଆର୍ଲାଟା ମାନ୍ବାକେ ବାଦିଅ କରାଇବା ସିକିଆ ଦେଇରଇବାର୍ ଆଚେ ।