ବିସ୍ବାସିମନର୍ତି କର୍ବା କାମ୍
1 ତର୍ଟାନେଅନି ବୟସେ ବଡ୍ ରଇବା ଲକ୍କେ ଡାଟ୍ସଙ୍ଗ୍ ଦାକାପୁକା ଦେସ୍ନାଇ । ତାର୍ ବାଦୁଲେ ନିଜର୍ ବାବାକେ ବାବୁଜିଆ କଲାପାରା ସନ୍ମାନ୍ ସଙ୍ଗ୍ କର୍ । ବଇସେ ସାନ୍ ରଇଲା ଲକ୍ମନ୍କେ ନିଜର୍ ବାଇ ଇସାବେ କାତା ଅ । 2 ବଇସେ ବଡ୍ ରଇବା ମାଇଜିମନ୍କେ ନିଜର୍ ମାଆ ପାରା ଆରି ଦାଙ୍ଗ୍ଡିମନ୍କେ ନିଜର୍ ବଇନି ପାରା ମାନିକରି ର । ସେମନ୍କେ ମନେ ମନେ ମିସା ପାପ୍ ଇସାବେ ଦେକ୍ନାଇ ।