ପର୍ମେସର୍କେ ପାଉଲର୍ ଦନିଅବାଦ୍
3 ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । ସେ ଆମର୍ ଦୟାକାରିଆ ବାବା ଆରି ଜାର୍ ଟାନେଅନି କି ଆମ୍କେ ସବୁ ବିସଇର୍ ସାଇଜ ଆଇସି । 4 ସେ ଆମ୍କେ ସବୁ ଦୁକ୍ କସ୍ଟ ଆଇଲେ ସାଇଜ କର୍ସି । ସେନ୍ତାରିସେ ବିନ୍ ବିନ୍ ରକାମର୍ କସ୍ଟ ପାଇତେରଇବା ଲକ୍ମନ୍କେ ଆମେ ଜେନ୍ତି ଦୁକ୍ ସାରାଇବୁ । ପର୍ମେସର୍ ଟାନେଅନି ଜନ୍ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍ ଲାଗି, ଆମେ ମିସା ବିନ୍ ଲକ୍କେ ସାଇଜ କର୍ବୁ । 5 କାଇକେବଇଲେ ଜେନ୍ତିକି କିରିସ୍ଟର୍ତେଇ ମିସ୍ଲାର୍ପାଇ ଆମର୍ ଦୁକ୍, କସ୍ଟ ଅଦିକ୍ ଅଦିକ୍ ଅଇଆଚେ, ସେନ୍ତାରିସେ କିରିସ୍ଟର୍ ଲାଗି ଆମର୍ ଦୁକ୍ ସାରାଇବାଟା ମିସା ଅଦିକ୍ ଅଦିକ୍ ଅଇଲାନି । 6 ମାତର୍ ଆମ୍କେ ଦୁକ୍ କସ୍ଟ ଅଇଲେ, ସେଟା ତମର୍ ଦୁକ୍ ସାରାଇବାକେ ଆରି ନ ସାର୍ବା ଜିବନ୍ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍ମେସରର୍ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍ପାଇ ମିସା ସାଇଜ ମିଲ୍ଲା ପାରା । ଏନ୍ତାରି ସେ ତମର୍ ବିସ୍ବାସ୍ କର୍ବାଟା ଡାଟ୍ କୁରାଇସି, ଜେନ୍ତିକି ଆମେ ଦୁକ୍କସ୍ଟ ଆଇଲେ ମିସା ମୁର୍ଚି କରି ଆଚୁ, ସେନ୍ତାରି ଦୁକ୍ କସ୍ଟ ଆଇଲେ ତମେ ମିସା ମୁର୍ଚି କରି ରଇପାରାସ୍ । 7 ଏଟାର୍ଲାଗି ତମର୍ଟାନେ ଆସା କର୍ବାଟା ଡାଁଟ୍ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍କେ ଦୁକ୍ କସ୍ଟ ଆଇଲେ ମିସା ମୁର୍ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍ଚିକରି ଆଚାସ୍ । ଜେନ୍ତାରି କି ପର୍ମେସର୍ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍ ।