24 ମୁଇ ଜିଉଦି ଲକ୍ମନର୍ଟାନେଅନି ପାଁଚ୍ପାଲି ତିରିସ୍ ନ ଡାଙ୍ଗ୍ ମାଡ୍କାଇ ଆଚି । 25 ୧୧:୨୫ ପେରିତ୍ ୧୬:୨୨; ପେରିତ୍ ୧୪:୧୯ରମିଅମନର୍ଟାନେ ତିନ୍ତର୍ କର୍ଡା ସଙ୍ଗ୍ ମାଡ୍କାଇ ଆଚି । ଗଟେକ୍ତର୍ ସେମନ୍ ମକେ ପାକ୍ନା ମାର୍ଲାଇ । ମୁଇ ଜନ୍ ଜାଜେ ଜାଇତେରଇଲି, ସେ ଜାଜ୍ ତିନ୍ତର୍ ବୁଡି ଜାଇରଇଲା । ତରେକ୍ ମର୍ ଜାଜ୍ ନସିଗାଲାକେ ମୁଇ ଗଟେକ୍ ଦିନ୍ ଆରି ଗଟେକ୍ ରାତି, ସମ୍ଦୁରେ ଉପ୍କି ଅଇ ରଇଲି ।
Publicidade