10 ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ । 11 ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି ।