11 ଏ ସବୁ ବିସଇ ଏ ରକାମ୍ ଆଜିଜାଇସି, ତେବର୍ ପାଇ ତମେମନ୍ ବେସି ସୁକଲ୍ ଆରି ଜାଗ୍ରତ୍ସଙ୍ଗ୍ ରଇବାର୍ ଆଚେ। 12 ମାପ୍ରୁ ଆଇବା ଦିନ୍କେ ଜାଗି କରି, ସେଟାଜେନ୍ତି ଦାପ୍ରେ ଆଇସି, ସବୁ ବେଲେ ଦରମ୍ ଚଲାଚଲ୍ତି କର୍ବାର୍ ଆଚେ ।
13 ୩:୧୩ ପର୍କାସିତ ୨୧:୧ ଆମେ ସେ ସପତ୍ କଲା ଇସାବେ ନୁଆଁ ବାଦଲ୍ ଆରି ନୁଆଁ ପୁର୍ତିବିକେ ଜାଗ୍ଲୁନି । ସେଟା ଦରମ୍ଲକର୍ ବାସା ଅଇବା ଜାଗା ଅଇସି ।