15 ଆରି, ଆମର୍ ମାପ୍ରୁ ବେସି ଦିନ୍ ଜାଗ୍ବାଟା ଆରି ରକିଆ କର୍ବାଟା ବଲି ଏତାଆ । ଆମର୍ ଆଲାଦର୍ ବାଇ ପାଉଲ୍କେ ମିସା ମାପ୍ରୁ ତାକେ ଦେଲା ବୁଦି ଇସାବେ ତମର୍ ଲଗେ ଏନ୍ତାର୍ ଲେକ୍ଲା ଆଚେ । 16 ସେ ତାର୍ ସବୁ ଚିଟି ଲଗେ ମିସା ଏ ସମାନ୍ ବିସଇ ଲେକ୍ଲାଆଚେ । ମାତର୍ ତେଇଅନି କେତେଟା ବିସଇ ଲକ୍ମନ୍କେ ବୁଜ୍ବାକେ କସ୍ଟ ଆଚେ । ଜନ୍ ଲକ୍ମନ୍ ନିକ ସିକତ୍ନାଇ ଆରି ତାକର୍ ବିସ୍ବାସ୍ଟାନେ ଡାଟ୍ନାଇ, ଏ ସବୁ ବିସଇର୍ ଅରତ୍ ବୁଲ୍ଇସାବେ ବାତାଇଲାଇନି । ପର୍ମେସରର୍ ବାକିଅତେଇରଇବା କେତେଟା ବିନ୍ ବିସଇମନ୍ ମିସା ଏନ୍ତାରି ବୁଲ୍କରି ବାତାଇଲାଇନି । ଏନ୍ତାରି କଲାର୍ପାଇ ପର୍ମେସର୍ ସେମନ୍କେ କୁରୁପ୍ନାସ୍ କର୍ସି ।