1 ମାତର୍ ଜାନିର । ଜଗତର୍ ସାରାସାରି ଦିନ୍ମନ୍କେ ବେସି ଦୁକ୍ କସ୍ଟ ବେଲା ଆଇସି । 2 କାଇକେବଇଲେ ଲକ୍ମନ୍ ନିଜେ ଆଲାଦ୍ ଅଇକରି ବିନ୍ ଲକ୍କେ ଆଲାଦ୍ ନ କରତ୍ । ସେମନ୍ ଡାବୁକାସୁ ଆସାକର୍ବା ଲକ୍, ନିଜର୍ ବିସଇଟାନେ ବଡ୍ପନ୍ ଅଇବା ଲକ୍, ବିନ୍ ଲକ୍କେ ନିନ୍ଦା କର୍ବା ଲକ୍, ତାକର୍ ଆୟା ବାବାର୍ କାତା ନ ମାନ୍ବା ଲକ୍, ଦନିଅବାଦ୍ ଦେବାଟା ପାସର୍ବା ଲକ୍, ପର୍ମେସରର୍ ବିସଇକେ ସନ୍ମାନ୍ ନ ଦେବା ଲକ୍, 3 ବିନ୍ ଲକ୍ମନ୍କେ କେମା ନ ଦେବା ଲକ୍, ବିନ୍ ଲକର୍ ବିସଇ ମିଚ୍ କଇବା ଲକ୍, ନିଜେ ଜାଗ୍ରତ୍ ନ ରଇବା ଲକ୍, କିରଜାଟି ଅଇବା ଲକ୍, ନିକ ବିସଇ ଗିନ୍ କର୍ବା ଲକ୍, 4 ବିସ୍ବାସେ ବିସ୍ ଦେବା ଲକ୍, ବକୁଆ ବିସଇ କର୍ବା ଲକ୍, ବିନ୍ ଲକର୍ଟାନେଅନି ବଡ୍ ବଲାଇଅଇବା ଲକ୍, ପର୍ମେସର୍କେ ଆଲାଦ୍ କର୍ବା ବାଦୁଲେ ନିଜ୍କେ ସାର୍ଦା କରାଇବା ଲକ୍ । 5 ପର୍ମେସର୍କେ ସେବା କଲିନି ବଲି ଦେକାଇବାଇ, ମାତର୍ ତାର୍ ବପୁ ତାକର୍ ଜିବନ୍ ବାଦ୍ଲାଇବାକେ ନ ଦେଅତ୍ । ସେନ୍ତାରି ଲକ୍ମନର୍ଟାନେଅନି ଦୁରିକେ ର ।
Publicidade
2 Timóteo 3
ସେସ୍ କାଲେ ଗଟଲା ଗଟ୍ନା