5 ଆରି ଜିସୁକିରିସ୍ଟ ଟାନେଅନି । ସେ ଆକା ପର୍ମେସରର୍ ବିସଇର୍ ସତ୍ ସାକି ଦେଇପାର୍ସି । ମଲା ଲକ୍ମନର୍ଟାନେଅନି ତାକେସେ ପର୍ତୁମ୍ ଉଟାଇରଇଲା । ଏ ଜଗତର୍ ସାସନ୍କାରିଆମନର୍ ଉପ୍ରେ ରଇବା ସାସନ୍କାରିଆ । ସେ ଆମ୍କେ ଆଲାଦ୍ କଲାନି । ଆମର୍ପାଇଁ ଗଟେକ୍ ବଲି ଇସାବେ ମଲାକେ ଆମର୍ ପାପେଅନି ସେ ଆମ୍କେ ମୁକ୍ଲାଇଆଚେ ।