5 ଆରି ଜିସୁକିରିସ୍ଟ ଟାନେଅନି । ସେ ଆକା ପର୍ମେସରର୍ ବିସଇର୍ ସତ୍ ସାକି ଦେଇପାର୍ସି । ମଲା ଲକ୍ମନର୍ଟାନେଅନି ତାକେସେ ପର୍ତୁମ୍ ଉଟାଇରଇଲା । ଏ ଜଗତର୍ ସାସନ୍କାରିଆମନର୍ ଉପ୍ରେ ରଇବା ସାସନ୍କାରିଆ । ସେ ଆମ୍କେ ଆଲାଦ୍ କଲାନି । ଆମର୍ପାଇଁ ଗଟେକ୍ ବଲି ଇସାବେ ମଲାକେ ଆମର୍ ପାପେଅନି ସେ ଆମ୍କେ ମୁକ୍ଲାଇଆଚେ । 6 ୧:୬ ପର୍କାସିତ ୫:୧୦ତାର୍ ବାବା ପର୍ମେସର୍କେ ସେବା କର୍ବାପାଇ ସେ ଆମ୍କେ ଗଟେକ୍ ରାଜାର୍ କୁଟୁମେ ପୁଜାରି କଲାଆଚେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବପୁ ଆରି ମଇମା ପାଅ । ଆମେନ୍ ।