ଦବ୍ଲା ଗଡାଇ ବସି ଜାଇତେ ରଇବା ଲକ୍
11 ତାର୍ପଚେ ସରଗ୍ ଉଗାଡି ଅଇଲାଟା ମୁଇ ଦେକ୍ଲି । ଆରି ଏଦେ ଦେକା ! ଗଟେକ୍ ଦବ୍ ଗଡା ଆଇବାଟା ଡିସ୍ଲା । ଗଡା ଚାଲାଉର୍ ନାଉଁ ଅଇଲାନି ବିସ୍ବାସ୍ କର୍ବାଟା ଆରି ସତ୍ଟା । ସେ ଅନିଆଇ ନ କରି ତାର୍ ଜୁଇଦ୍ କର୍ସି ଆରି ଜିତ୍ସି । 12 ତାର୍ ଆଁକି ଲାଗ୍ତେ ରଇବା ଜଇପାରା ରଇଲା । ଆରି ତାର୍ ମୁଣ୍ଡେ ବେସି ମୁକୁଟ୍ ପିନ୍ଦି ରଇଲା । ଜନ୍ ନାଉଁ ତାର୍ ଉପ୍ରେ ଲେକା ଅଇରଇଲା, ସେଟାକେ ଚାଡିଦେଲେ ଆରି କେ ନାଜାନିରଇଲାଇ । 13 ତାର୍ ବସ୍ତର୍ ବନିତେଇ ବୁଡାଇଲାପାରା ରଇଲା । ତାର୍ ନାଉଁ ରଇଲା ପର୍ମେସରର୍ ବାକିଅ । 14 ସର୍ଗର୍ ସନିଅମନ୍ ଦବ୍ ବସ୍ତର୍ ପିନ୍ଦିକରି ଆରି ଦବ୍ଗଡାଇ ବସି ତାର୍ ପଚେ ପଚେ ଜାଇତେରଇଲାଇ । 15 ୧୯:୧୫ ପର୍କାସିତ ୧୪:୨୦ତାର୍ ଟଣ୍ଡେଅନି ଗଟେକ୍ ଗଜିଆ କାଣ୍ଡା ବାରଇଲା । ସେଟାସଙ୍ଗ୍ ସେ ଏ ଜଗତର୍ ରାଇଜ୍ମନ୍କେ ଆରାଇସି । ସେ ଡାଟ୍ ସଙ୍ଗ୍ ତାକର୍ ଉପ୍ରେ ସାସନ୍ କର୍ସି । ବେସି ବପୁ ରଇବା ପର୍ମେସରର୍ ରିସା ସେମନ୍କେ ଦେକାଇସି । ସେ ତାର୍ ସତ୍ରୁମନ୍କେ ମାଣ୍ଡିକରି ରମ୍ଦିଦେଇସି । ଜେନ୍ତାରିକି ଅଙ୍ଗୁର୍ ପିଚ୍କିକରି ରସ୍ ବାର୍କରାଇସି । 16 ତାର୍ ବସ୍ତରେ, ଜଙ୍ଗେ, ଏ ନାଉଁ ଲେକାଅଇରଇଲା । "ସବୁରାଜାମନର୍ ଉପ୍ରେ ରଇବା ରାଜା, ସବୁ ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।"
17 ତାର୍ପଚେ ଏଦେ ଦେକା ବେଲ୍ ଉପ୍ରେ ଗଟେକ୍ ଦୁତ୍ ଟିଆଅଇରଇବାଟା ମୁଇ ଦେକ୍ଲି । ଆକାସର୍ ମଜାଇ ଉଡ୍ତେରଇବା ଜେତ୍କି ସବୁ ଚଡଇମନ୍କେ ସେ ଆକ୍ମାରି କଇଲା "ଆସା ପର୍ମେସରର୍ ବଡ୍ ବଜିତେଇ ଜିବାକେ ସବୁଲକ୍ ଟୁଲ୍ଉଆ । 18 ଆସା ଆରି ରାଜାମନର୍, ମୁକିଆମନର୍ ଆରି ସଇନମନର୍ ମାଉଁସ୍ କାଇବାକେ ଆସା । ଗଡାମନର୍ ଆରି ତାକେ ଚାଲାଉମନର୍, ବଡ୍ ସାନ୍ ଲକ୍ମନର୍, ବନ୍ଦି ଆରି ମୁକ୍ଲି ରଇବା ଲକ୍ମନର୍ ସବୁ ଲକର୍ ମାଉଁସ୍ କାଇବାକେ ଆସା ।"
19 ତାର୍ପଚେ ସେ ପସୁ, ଜଗତର୍ ରାଜାମନ୍ ଆରି ତାକର୍ ସନିଅମନ୍ ଜେ ଗଡା ଚାଲାଇତେରଇଲା ଆରି ତାର୍ସନିଅମନର୍ ସଙ୍ଗ୍ ଜୁଇଦ୍ କର୍ବାକେ ରୁଣ୍ଡ୍ଲାଟା, ମୁଇ ଦେକ୍ଲି । 20 ୧୯:୨୦ ପର୍କାସିତ ୧୩:୧-୧୮ତେଇ ପସୁକେ ବନ୍ଦିକରି ନେଲାଇ । ତାର୍ ସଙ୍ଗ୍ ଜନ୍ ମିଚ୍ କଇବା ବବିସତ୍ବକ୍ତା, ଜେ କି ତାର୍ ମୁଆଟେ କାବାଅଇଜିବା କାମ୍ମନ୍ କର୍ତେରଇଲା, ତାକେ ମିସା ବନ୍ଦିଗରେ ନେଲାଇ । ଏ କାବାଅଇଜିବା କାମ୍ମନର୍ ଲାଗି ସେ ଲକ୍ମନ୍କେ ନାଡାଇରଇଲା । ଜନ୍ ଲକ୍ମନ୍ କି ପସୁର୍ ଚିନ୍ ଗଦିଅଇକରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଦୁଇଲକ୍ଜାକ ଜିବନ୍ ରଇତେ ଗନ୍ଦ୍ ଅଇତେରଇବା ଜଇର୍ ଗାଡେ ପିଙ୍ଗାଅଇଲା । 21 ଗଡା ଚାଲାଉର୍ ଟଣ୍ଡେଅନି ବାରଇ ଆଇବା କାଣ୍ଡା ସଙ୍ଗ୍ ତାକର୍ ସନିଅମନ୍ ମରିଗାଲାଇ । ସବୁ ଚଡଇମନ୍ ତାକର୍ ମାଉଁସ୍ ପେଟ୍ପୁର୍ତେ କାଇଲାଇ ।