ଅଜାର୍ ବର୍ସର୍ ସାସନ୍
1 ତାର୍ପଚେ ଏଦେ ଦେକା ! ସର୍ଗେଅନି ଗଟେକ୍ ଦୁତ୍ ଉତ୍ରି ଆଇବାଟା ମୁଇ ଦେକ୍ଲି । ତାର୍ଲଗେ ପାତାଲର୍ କୁଚିକାଡି ଆରି ଗଟେକ୍ ବଜ୍ ରଇବା ସିକ୍ଲି ରଇଲା । 2 ସେ ଅସୁର୍ ସାଁପ୍କେ ଦାର୍ଲା । ଜନ୍ ଆଗର୍ କାଲେ ରଇଲା ସାଁପ୍, ସେଟା ଅଇଲାନି ସଇତାନ୍ । ତାକେ ଅଜାର୍ ବରସର୍ପାଇ ସିକ୍ଲିସଙ୍ଗ୍ ବାନ୍ଦିଦେଲା । 3 ଦୁତ୍ ତାକେ ପାତାଲେ ପିଙ୍ଗିଦେଲା ଆରି କୁଚି ପାକାଇକରି ସିଲ୍ ମାର୍ଲା । ଏନ୍ତାରି କଲାକେ ଅଜାର୍ ବରସ୍ ନ ସାର୍ତେ ସେ ବିନ୍ ବିନ୍ ରାଇଜର୍ ଲକ୍ମନ୍କେ ଆରି ନାଡାଇ ନାପାରେ । ତାର୍ପଚେ ଚନେକର୍ପାଇ ତାକେ ଚାଡିଦେବାଇ ।
4 ତାର୍ପଚେ ମୁଇ କେତେଟା ବସ୍ବା ଜାଗାମନ୍ ଦେକ୍ଲି । ଜେତ୍କି ଲକ୍ ବସ୍ବା ଜାଗାଇ ବସିରଇଲାଇ, ସେମନ୍କେ ନିଆଇ କର୍ବାକେ ବପୁ ଦିଆଅଇରଇଲା । ଆରି ତାଡ୍ନା ପାଇ ମରାଇଅଇରଇବା ଆତ୍ମାମନ୍କେ ଦେକ୍ଲି । ଜିସୁ ଜାନାଇରଇଲା ସତ୍ ଆରି ପର୍ମେସରର୍ ବାକିଅ ସେମନ୍ ଜାନାଇରଇଲାଇ । ପସୁକେ କି ତାର୍ ମୁର୍ତିକେ ସେମନ୍ ଜୁଆର୍ କରତ୍ନାଇ । ପସୁର୍ ଚିନ୍ ତାକର୍ କାପାଲେ କି ତାକର୍ ଆତେ ଗଦିଅଅତ୍ ନାଇ । ସେମନ୍ ଜିବନ୍ ପାଇଲାଇ ଆରି ଅଜାର୍ ବରସ୍ଜାକ କିରିସ୍ଟସଙ୍ଗ୍ ରାଜା ଇସାବେ ସାସନ୍ କଲାଇ । 5 ଅଜାର୍ ବରସ୍ ନ ସାର୍ବାଜାକ ମରିଜାଇରଇବା ଜେତ୍କି ବାକି ଲକ୍ ଜିବନ୍ ପାଅତ୍ନାଇ । ଏଟାଆକା ପର୍ତୁମ୍ ଜିବନ୍ ପାଇବାଟା । 6 ମଲାତେଇଅନି ପର୍ତମେ ଜେତ୍କି ଲକ୍କେ ଉଟାଇରଇଲାଇ, ସେମନ୍ କେଡେକ୍ କରମର୍ ଲକ୍ । ପଚର୍ ମରନ୍ ତାକର୍ ଉପ୍ରେ ସାସନ୍ ନ କରେ । ସେମନ୍ ପର୍ମେସରର୍ ଆରି କିରିସ୍ଟର୍ ପୁଜାରି ଅଇବାଇ । ସେମନ୍ ତାକର୍ ସଙ୍ଗ୍ ଅଜାର୍ବରସ୍ ଜାକ ସାସନ୍ କର୍ବାଇ ।
ସଇତାନର୍ ଆର୍ବାଟା
7 ଅଜାର୍ ବରସ୍ ସାର୍ଲାପଚେ ବନ୍ଦିଗରେଅନି ସଇତାନ୍କେ ମୁକ୍ଲାଇବାଇ । 8 ତେଇଅନି ଜଗତର୍ ରାଇଜ୍ମନ୍କେ ନାଡାଇବାକେ, ଗୁଲାଇ ଜଗତେ ବିଚିଅଇରଇବା ରାଇଜ୍ମନ୍କେ ନାଡାଇବାକେ ସେ ବାରଇସି । ସେଟା ଅଇଲାନି ଗଗ୍ ଆରି ମାଗଗ୍ । ସଇତାନ୍ ସେମନ୍କେ ଜୁଇଦ୍ କର୍ବାକେ ରୁଣ୍ଡାଇସି । ସମ୍ଦୁରେ ରଇବା ବାଲି ଜେତ୍କି ଆଚେ, ସେତ୍କି ଲକ୍ ସେମନ୍ ରଇବାଇ । 9 ସେମନ୍ ଗୁଲାଇ ଜଗତେ ବିଚି ଅଇବାଇ । ଆରି ପର୍ମେସରର୍ ଲକ୍ ବାସାଅଇରଇବା ଜାଗାଇ ଆରି ସେ ମନ୍କର୍ବା ନଅରର୍ ଚାରିବେଟ୍ତି ଆଇବାଇ । ମାତର୍ ଏଦେ ଦେକା ! ସର୍ଗେଅନି ଜଇ ଅଦ୍ରି ସେମନ୍କେ କୁରୁପ୍ନାସ୍ କଲା । 10 ତାର୍ପଚେ ସଇତାନ୍ ଜେ କି ସେମନ୍କେ ନାଡାଇଲା, ଜଇ ଆରି ଗନ୍ଦ୍ରସ୍ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍ ତେଇରଇକରି ଦିନ୍ ରାତି କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଲକ୍ମନ୍କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍ତେ ରଇବା ଗାଡେ ନସ୍ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍ସିକିଆ ଦେଉଁ ବାବବାଦିମନ୍ ମିସା ଆଚତ୍, ଆରି ସେ ଲକ୍ମନ୍ ଦିନ୍ରାତିଜାକ କସ୍ଟ ବଗ୍ବାଇ ।