10 ସୁକଲ୍ ଆତ୍ମା ମକେ ଦାର୍ଲା, ଦୁତ୍ ମକେ ଗଟେକ୍ ଉଁଚ୍ ଡଙ୍ଗର୍ ଟିପେ ଦାରିଗାଲା । ସେ ମକେ ସୁକଲ୍ ନଅର୍ ଜିରୁସାଲେମ୍ ପର୍ମେସର୍ ଟାନେଅନି, ସର୍ଗେଅନି ଉତ୍ରି ଆଇବାଟା ଦେକାଇଲା । 11 ସେ ନଅର୍ ପର୍ମେସରର୍ ମଇମାସଙ୍ଗ୍ ଜକ୍ମକି ଜାଇତେରଇଲା । ଗଟେକ୍ ବେସି ଦାମ୍ ରଇବା ଜାସ୍ପର୍ ନାଉଁର୍ ଇରାପାକ୍ନା ପାରା ଜକ୍ମକି ଜାଇତେରଇଲା । ସେ ପାକ୍ନାଇ ଦେକ୍ଲେ ଏବାଟେ ଅନି ସେବାଟର୍ଟା ସବୁ ଡିସ୍ତେରଇଲା । 12 ସେ ନଅରେ ଗଟେକ୍ ବେସି ଉଁଚର୍ କତି ରଇଲା । ତେଇ ବାର୍ଟା ଗେଟ୍ ରଇଲା ଆରି ବାର୍ଟା ଦୁତ୍ମନ୍ ସେ ଗେଟ୍ମନର୍ ଦେକାରକା କର୍ତେରଇଲାଇ । ଇସ୍ରାଏଲ୍ ଲକ୍ମନର୍ ବାର୍ଟା ବଁସର୍ ନାଉଁମନ୍ ସେ ଗେଟେ ଲେକାଅଇରଇଲା । 13 ସବୁ ଦିଗେ ତିନ୍ଟାଲାକା କାପାଟ୍ ରଇଲା, ଉତର୍ ଦିଗେ ତିନ୍ଟା କାପାଟ୍ ଦକିନ୍ଦିଗେ ତିନ୍ଟା କାପାଟ୍ ଆରି ପଚିମ୍ଦିଗେ ତିନ୍ଟା କାପାଟ୍ ରଇଲା । 14 ବାର୍ଟା ମୁଲ୍ ପାକ୍ନାଇ ସେ ନଗରର୍ କତି ଉଟାଇରଇଲାଇ । ଆରି ସେ ପାକ୍ନା ଉପ୍ରେ ମେଣ୍ଡାପିଲାର୍ ବାର୍ଟା ପେରିତ୍ ମନର୍ ନାଉଁ ଲେକା ଅଇରଇଲା ।
Publicidade
Publicidade