1 ତାର୍ପଚେ ଦୁତ୍ ମକେ ଜିବନର୍ ପାନି ରଇବା ଗାଡ୍ ଦେକାଇଲା, ଜନ୍ଟା କି କାଁଚ୍ପାରା ଡିସ୍ତେରଇଲା । ପର୍ମେସରର୍ ବସ୍ବା ଜାଗାଇଅନି ଆରି ମେଣ୍ଡାପିଲାର୍ଟାନେଅନି ସେ ଗାଡର୍ ପାନି ଆଇତେରଇଲା । 2 ନଅରର୍ ବାଟର୍ ମଜାଇ ସେଟା ବଇ ଆଇତେରଇଲା । ଗାଡର୍ ଦୁଇବାଟେ ଜିବନର୍ ଗଚ୍ ରଇଲା । ସେ ଗଚ୍ ମାସ୍କେ ଗଟେକ୍ ତର୍ ଅଇ ବରସ୍କେ ବାରତର୍ ପଲ୍ ଦାର୍ସି । ରାଇଜ୍ମନ୍ ନିକ ଅଇବାକେ ତାର୍ ପତର୍ମନ୍ ରଇଲା । 3 ପର୍ମେସରର୍ ଅବିସାପ୍ ରଇବା କାଇଟାମିସା ସେ ନଅରେ ନ ଡିସେ । ପର୍ମେସରର୍ ଆରି ମେଣ୍ଡାପିଲାର୍ ବସ୍ବାଜାଗା ସେ ନଅରେ ରଇସି । ଆରି ତାର୍ ଦାଙ୍ଗ୍ଡାମନ୍ ତାକେ ଜୁଆର୍ କର୍ବାଇ । 4 ସେମନ୍ ତାକେ ଦେକ୍ବାଇ ଆରି ତାର୍ ନାଉଁ ସେମନର୍ କାପାଲେ ଲେକାଅଇ ରଇସି । 5 ତେଇ ଆରି ରାତି ନ ରଏ । ବତିର୍ ଉଜଲ୍ କି ବେଲର୍ ଉଜଲ୍ ଦର୍କାର୍ ନ ପଡେ । କାଇକେବଇଲେ ମାପ୍ରୁ ପର୍ମେସର୍ ତାକର୍ ଉଜଲ୍ ରଇସି । ସେମନ୍ ରାଜା ଇସାବେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ବାଇ ।
Publicidade
Publicidade