8 ମୁଇ ଜଅନ୍ ଏ ସବୁ ସୁନିଆଚି ଆରି ଦେକିଆଚି । ଏ ସବୁଜାକ ଦେକ୍ଲା ପଚେ ଆରି ସୁନ୍ଲାପଚେ ଜନ୍ ଦୁତ୍ ମକେ ଏ ସବୁ ବିସଇ ଦେକାଇରଇଲା, ତାର୍ ପାଦେ ଡାଣ୍ଡାସନ୍ ପଡ୍ଲି । ମୁଇ ତାକେ ଜୁଆର୍କର୍ବାକେ ଜାଇରଇଲି । 9 ମାତର୍ ସେ ମକେ କଇଲା, "ନିଚୁ । କାଇକେବଇଲେ ମୁଇ ମିସା ତମର୍ପାରା ଗଟେକ୍ ଲକ୍ସେ । ତମର୍ ଜେତ୍କି ବବିସତ୍ବକ୍ତା ବାଇମନ୍ ଆରି ଜେତ୍କି ବଇଟାନେ ରଇବା ବାକିଅମନ୍ ଆଚେ, ସେଟାମନ୍ ମାନିକରି ରଇଲାଇନି । ତାକର୍ ପାରା ମୁଇ ମିସା ଗଟେକ୍ ସେବାକାରିଆ । ପର୍ମେସର୍କେ ଜୁଆର୍ କରା ।"