47 "ପର୍ମେସର୍ ଆମ୍କେ ଜେନ୍ତି ସୁକଲ୍ଆତ୍ମା ଦେଲାଆଚେ, ସେନ୍ତାରିସେ ଏ ଲକ୍ମନ୍କେ ମିସା ଦେଲାଆଚେ । ସେମନ୍କେ ଡୁବନ୍ ନ ନିଆ ବଲି କେ ମିସା ଅଟ୍କାଇପାର୍ସି କି ?" 48 ସେଟାର୍ ପାଇ ପିତର୍ ସେମନ୍କେ ଜିସୁକିରିସ୍ଟର୍ ନାଉଁ ଦାରି ଡୁବନ୍ ଦେଲାପଚେ କର୍ନିଲିଅ ଆରି ତାର୍ ସଙ୍ଗ୍ ରଇବାଲକ୍ମନ୍ ତାକେ ଆରି କେତେ ଦିନ୍ ସେମନର୍ ସଙ୍ଗ୍ ରଇବାକେ ବାବୁଜିଆ କଲାଇ ।
Publicidade