ବର୍ନବା ଆରି ସାଉଲ୍କେ ପେରିତ୍ ସିସ୍ ଇସାବେ ବାଚି ପାଟାଇଲାଇ
1 ଆନ୍ଟିଅକି ମଣ୍ଡଲିତେଇ କେତେଟା ବବିସତ୍ବକ୍ତା ଆରି ସିକିଆ ଦେବା ଗୁରୁ ରଇଲାଇ । ସେମନର୍ ବିତ୍ରେ ରଇଲାଇ ବର୍ନବା, ସିମନ୍ ଜାକେ କି ନିଗର୍ ଡାକ୍ତେରଇଲାଇ, ଲୁସିଅସ୍, ଜେ କି କୁରିନିୟ ଅନି ଆସିରଇଲା, ମନଏଁମ୍ ଜେ କି ଏରଦର୍ ଗରେ ବଡି ରଇଲା ଆରି ସାଉଲ୍ । 2 ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, "ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।"
3 ସେଟାର୍ପାଇଁ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।