38 ତେବର୍ପାଇ ମର୍ ଏ ଇସ୍ରାଏଲର୍ ବାଇମନ୍, ତମେ ଏଟା ଜାନିରୁଆ । ଜିସୁ କରିରଇବା କାମେଅନି ସେ, ତମର୍ ପାପ୍ କେମା ଅଇସି । 39 ମସାର୍ ନିୟମ୍ ମାନିକରି ଆଚୁ ବଇଲେ ପାପ୍ କେମା ନ ଅଇତା । ମାତର୍ ଜିସୁର୍ ଟାନେ ବିସ୍ବାସ୍ କଲାର୍ପାଇ ଆମେ ସବୁଲକ୍ ପାପେ ଅନି ମୁକ୍ଲି ଆଚୁ, ସେଟା ତମେ ଜାନ୍ବାର୍ ଆଚେ ।