10 ପାଉଲ୍ ଏ ଦର୍ସନ୍ ଦେକ୍ଲା ଦାପ୍ରେ, ମାସିଦନିଆଇ ଜିବାକେ ଆମେ ତିଆର୍ ଅଇଲୁ, କାଇକେବଇଲେ ଆମେ ନିକ ସଙ୍ଗ୍ ଜାନ୍ଲୁ, ପର୍ମେସର୍ ତେଇର୍ ଲକ୍ମନର୍ ବିତ୍ରେ, ସୁବ୍ କବର୍ ଜାନାଇବାକେ ଆମ୍କେ ଡାକ୍ଲା ଆଚେ ।
ପିଲିପିତେଇ ଲୁଦିଆର୍ ମନ୍ ପେରାନି
11 ଆମେ ତରଆଅନି ଜାଜେ ଚଗି ସିଦା ସାମ୍ତରା ଗାଲୁ ଆରି ତାର୍ ଆର୍କର୍ ଦିନେ ନିଆପଲି କେଟ୍ଲୁ । 12 ତେଇଆମେ ଉତ୍ରିକରି ମାସିଦନିଆ ଜିଲାର୍ ମୁକିଅ ଗଡ୍ ପିଲିପେ ଗାଲୁ । ଏ ଗଡ୍ ଗଟେକ୍ ରମିୟ ଦଲ୍ ରଇବା ଗଡ୍ ରଇଲା । ତେଇ ଆମେ ବେସି ଦିନ୍ ଜାକ ରଇଲୁ । 13 ବିସ୍ରାମ୍ବାରେ ଗଡ୍ ବାଇରର୍ ଗାଡ୍ କଣ୍ଡି ଗାଲୁ । ତେଇ ଜିଉଦିମନ୍ ରୁଣ୍ଡିକରି ପାର୍ତନା କର୍ବାକେ ଗଟେକ୍ ଜାଗା ବଲି ବାବ୍ଲୁ । ଆମେ ତେଇ ବସ୍ଲୁ ଆରି ତେଇ ରୁଣ୍ଡି ରଇବା ମାଇଜି ମନର୍ ସଙ୍ଗ୍ କାତାବାର୍ତା ଅଇଲୁ । 14 ସେମନର୍ ବିତ୍ରେଅନି ତୁୟଟିରା ଗଡର୍ ଲୁଦିଆ ନାଉଁର୍ ଗଟେକ୍ ମାଇଜି, ଆମର୍ କାତା ସୁନ୍ତେରଇଲା । ସେ ବେସି ଦାମ୍ ଅଇବା ଜାମ୍କଲିଆ ରଙ୍ଗର୍ ଲୁଗା ବିକ୍ତେରଇଲା । ସେ ପରମେସର୍କେ ପାର୍ତନା କର୍ବା, ଜିଉଦି ନ ଅଇଲା ଲକ୍ । ପାଉଲ୍ ମାପ୍ରୁର୍ କାତା କଇଲାବେଲେ ସେଟା ନାମ୍ବାକେ ମାପ୍ରୁ ତାର୍ ମନ୍ ଉଗାଡିଦେଲା । 15 ବିସ୍ବାସ୍ କଲାପଚେ, ସେ ଆରି ତାର୍ କୁଟୁମର୍ ଲକ୍ ଡୁବନ୍ ନେଲାଇ । ତାର୍ ପଚେ ସେ ଆମ୍କେ ଡାକିକରି କଇଲା, "ଜଦି ସତଇସେ ମୁଇ ମାପ୍ରୁକେ ବିସ୍ବାସ୍ କଲିନି ବଲି ତମେ ବାବ୍ଲାସ୍ନି, ତେବେ ଆସି ମର୍ ଗରେ ରୁଆ ।" ସେ ଏନ୍ତି କଇ ଆମ୍କେ ତାର୍ ଗରେ ଜିବାକେ ସୁତ୍ରାଇଲା ।
ପିଲିପିର୍ ବନ୍ଦି ଗରେ ପାଉଲ୍ ଆରି ସିଲା
16 ଆରି ଗଟେକ୍ଦିନେ ଆମେ ପାର୍ତନା ଜାଗାଇ ଜାଇରଇଲୁ । ତେଇ ଡୁମା ଡସିରଇବା ଗଟେକ୍ ଗତିଦାଙ୍ଗ୍ଡିକେ ବେଟ୍ଅଇଲୁ । ସେ ତାର୍ ବିତ୍ରେ ରଇଲା କାରାପ୍ଆତ୍ମାର୍ ବପୁ ସଙ୍ଗ୍ ବବିସତ୍ କାତା କଇପାର୍ତେ ରଇଲା । ସେ ଲକ୍ମନର୍ ଆତ୍ ଦେକି, ବବିସତ୍ କାତା କଇଦେଇକରି, ସାଉକାର୍ମନ୍କେ ବେସି ଡାବୁ କାମାଇଦେଇତେରଇଲା । 17 ଆମେ ତାର୍ଲଗେ ଗାଲାକେ, ସେ ପାଉଲ୍ ବଲି କିର୍କିରି ଆମର୍ ପଚ୍ ପଚ୍ ଆଇଲା । ଆରି କଇଲା, "ଏ ଲକ୍ମନ୍ ସବୁର୍ଟାନେଅନି ବଡ୍ ପରମେସରର୍ ସେବାକରୁମନ୍ । ତମେ କେନ୍ତି ମୁକ୍ତି ପାଇସା, ଏ କାତା ସେମନ୍ କଇଲାଇନି ।"