ପିଲିପିର୍ ବନ୍ଦି ଗରେ ପାଉଲ୍ ଆରି ସିଲା
16 ଆରି ଗଟେକ୍ଦିନେ ଆମେ ପାର୍ତନା ଜାଗାଇ ଜାଇରଇଲୁ । ତେଇ ଡୁମା ଡସିରଇବା ଗଟେକ୍ ଗତିଦାଙ୍ଗ୍ଡିକେ ବେଟ୍ଅଇଲୁ । ସେ ତାର୍ ବିତ୍ରେ ରଇଲା କାରାପ୍ଆତ୍ମାର୍ ବପୁ ସଙ୍ଗ୍ ବବିସତ୍ କାତା କଇପାର୍ତେ ରଇଲା । ସେ ଲକ୍ମନର୍ ଆତ୍ ଦେକି, ବବିସତ୍ କାତା କଇଦେଇକରି, ସାଉକାର୍ମନ୍କେ ବେସି ଡାବୁ କାମାଇଦେଇତେରଇଲା । 17 ଆମେ ତାର୍ଲଗେ ଗାଲାକେ, ସେ ପାଉଲ୍ ବଲି କିର୍କିରି ଆମର୍ ପଚ୍ ପଚ୍ ଆଇଲା । ଆରି କଇଲା, "ଏ ଲକ୍ମନ୍ ସବୁର୍ଟାନେଅନି ବଡ୍ ପରମେସରର୍ ସେବାକରୁମନ୍ । ତମେ କେନ୍ତି ମୁକ୍ତି ପାଇସା, ଏ କାତା ସେମନ୍ କଇଲାଇନି ।" 18 ସେ ଦାଙ୍ଗ୍ଡି ବେସି ଦିନ୍ ଦାରି ଏନ୍ତି କଲା । ସାରାସାରିପଚେ ପାଉଲ୍ ବିଜାର୍ ଅଇଲା । ସେ ପଚ୍ବାଟେ ପାସ୍ଲି ଦେକି କାରାପ୍ଆତ୍ମାକେ ଦମ୍କାଇକରି କଇଲା, "ଜିସୁ କିରିସ୍ଟର୍ ନାଉଁ ଦାରି ଆଦେସ୍ ଦେଲିନି, ତାର୍ତେଇଅନି ବାରଇ ଜା ।" ସେ କଇଲା ଦାପ୍ରେ, କରାପ୍ ଆତ୍ମା ତାର୍ତେଇଅନି ବାରଇଗାଲା ।